ନୂଆଦିଲ୍ଲୀ: ବଲିଉଡ୍ର ବରିଷ୍ଠ ଅଭିନେତ୍ରୀ ଶମ୍ମିଙ୍କର ଆଜି ପରଲୋକ ହୋଇଯାଇଛି। ଦୀର୍ଘ ଦିନର ଅସୁସ୍ଥତା ଭିତରେ ଆଜି ୮୯ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମ ଏବଂ ଟିଭି ସୋ’ରେ ଅଭିନୟ କରିଥିବା ଶମ୍ମିଙ୍କୁ ବଲିଉଡ୍ର କାଳକାରମାନେ ‘ଶମ୍ମି ଆଣ୍ଟି’ ବୋଲି ସମ୍ବୋଧନ କରିଥାନ୍ତି। ତେବେ ଆଜି ଶମ୍ମି ଆଣ୍ଟିଙ୍କ ମୃତ୍ୟୁ ଖବର ପ୍ରଥମେ ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। ଶମ୍ମିଙ୍କ ପ୍ରକୃତ ନାମ ହେଉଛି ନର୍ଗିସ ରଓ୍ଵାଡ଼ି। ’ମହ୍ଲାର’ ଚଳଚ୍ଚିତ୍ରରୁ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ସେ ଅଭିନୟ କରିଥିବା କେତେକ ପ୍ରମୁଖ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରେ ରହିଛି ଜବ୍ ଜବ୍ ଫୁଲ୍ ଖିଲେ, ଉପକାର, ଇସାରା ଓ ହାଫ ଟିକେଟ୍। ୯୦ ଦଶକରେ ସେ ଟିଭିରେ ଅଭିନୟ ଆରମ୍ଭ କରିଥିଲେ। ‘ଦେଖ୍ ଭାଇ ଦେଖ’, ‘ଶ୍ରୀମାନ ଶ୍ରୀମତୀ ଏବଂ ‘ଜବାନ୍ ସମ୍ଭାଲ୍ କେ’ ପରି ଟିଭି ସୋ’ଗୁଡ଼ିକରେ ଶମ୍ମିଙ୍କ ଅଭିନୟ ବେଶ୍ ସ୍ମରଣୀୟ।
ବଲିଉଡ୍ ଅଭିନେତ୍ରୀ ଶମ୍ମିଙ୍କ ପରଲୋକ
/sambad/media/post_attachments/wp-content/uploads/2018/03/f1ff4102f92811db221b9dcd061f5133_342_660.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)