ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରଶ୍ନ କଲେ ଫିଲ୍ମ ନିର୍ଦ୍ଦେଶକ: ଯଦି ତାଙ୍କ ଅଭିଶାପର ଏତେ ପ୍ରଭାବ, ତେବେ ସେ ଏଇ କାମଟି କରିବେ କି?…

ମୁମ୍ବାଇ : ବିଜେପିରେ ସାମିଲ ହୋଇ ଭୋପାଲରୁ ଲୋକସଭା ପ୍ରାର୍ଥୀ ଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ ବିବାଦରେ । ୨୬/୧୧ରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣରେ ସହିଦ୍‌ ହୋଇଥିବା ପୁଲିସକର୍ମୀ ହେମନ୍ତ କରକରେଙ୍କୁ ନେଇ ସେ ଯେଉଁ ବିବାଦୀୟ ବୟାନ ଦେଇଥିଲେ, ତାହା ତାଙ୍କୁ ଏବେ ଅଡ଼ୁଆରେ ପକାଇଛି । ମୁଁ ଅଭିଶାପ ଦେବାରୁ ହେମନ୍ତ କରକରେଙ୍କ ସର୍ବନାଶ ହେଲା ବୋଲ କହିବା ପରେ ଏବେ ତାଙ୍କୁ ଟୁଇଟ୍‌ କରି ଏକ ପ୍ରଶ୍ନ ପଚାରିଛନ୍ତି ବଲିଉଡ୍‌ର ଫିଲ୍ମ ନିର୍ଦ୍ଦେଶକ ରାହୁଲ ଢ଼ୋଲକିଆ । ସାଧ୍ୱୀ ପ୍ରଜ୍ଞାଙ୍କ ଅଭିଶାପରେ ଯଦି ଏତେ ଦମ୍‌ ରହିଛି,ତେବେ ସେ ହାଫିଜ୍‌ ସୟିଦ୍‌, ମାସୁଦ୍‌ ଆଝାର ଏବଂ ଦାଉଦ୍‌ ଆବ୍ରାହିମ୍‌କୁ ସେଭଳି ଅଭିଶାପ ଦେଇ ପାରିବେ କି? ବୋଲି ପଚାରିଛନ୍ତି ରାହୁଲ । ତାଙ୍କର ଏଭଳି ଟୁଇଟ୍‌କୁ ଏବେ ସୋସିଆଲ ମିଡିଆରେ ପ୍ରଶଂସା କରାଯିବା ସହ ସାଧ୍ୱୀ ପ୍ରଜ୍ଞାଙ୍କୁ ଉଚିତ୍‌ ମିଳିଥିବା ଲୋକେ କହିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ମୁମ୍ବାଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଷ୍ଡ ସ୍କାର୍ଡ (ଏଟିଏସ୍‌) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସାଧ୍ୱୀ ପ୍ରଜ୍ଞା କହିବା ସହ ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ। ସାଧ୍ୱୀଙ୍କର ଏପରି ବୟାନ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଥିଲା।

ସାଧ୍ୱୀ ବୟାନ ଦେଇ କହିଥିଲେ କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଷ୍ଡ ସ୍କାର୍ଡ (ଏଟିଏସ୍‌) ମୁଖ୍ୟ ହେମନ୍ତ କାରକେରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳି ସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍‌ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’

ସମ୍ବନ୍ଧିତ ଖବର