ନିଶା ତ ଦୂରର କଥା, ଆମେ ସିଗାରେଟ୍ ବି ଟାଣୁନା; ଜେରା ବେଳେ ସଫେଇ ରଖିଲେ ୪ ଅଭିନେତ୍ରୀ

ମୁମ୍ବାଇ: ନିଶା କଥା ଦୁରେ ଥାଉ, ଆମେ ତ’ ସିଗରେଟ୍ ବି ଟାଣୁନା । କିଛି ଏହି ମର୍ମରେ ବୟାନ ରଖିଛନ୍ତି ନିଶା କାରବାର ମାମଲାରେ ଛନ୍ଦି ହୋଇଥିବା ୪ ଜଣ ଅଭିନେତ୍ରୀ । ବଲିଉଡ ଡ୍ରଗ୍ସ କନେକ୍ସନ୍ ମାମଲାର ତଦନ୍ତ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଆଗରେ ଏଭଳି ବୟାନ ରଖିଛନ୍ତି ଅଭିନେତ୍ରୀ, ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂ । ଏହି ୪ଜଣ ଅଭିନେତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଛି ଏନସିବି । ଆଉ ଏହି ଜେରା ବେଳେ ପାରୁପର୍ଯ୍ୟନ୍ତ ମାମଲାରୁ ବଞ୍ଚିବାର ଉଦ୍ୟମ କରିଛନ୍ତି ଏହି ୪ ଜଣ ଅଭିନେତ୍ରୀ । ଏମିତି କି ଜେରା ବେଳେ ଦୀପିକା ପାଦୁକୋନ କାନ୍ଦି ପକାଇଥିଲେ ବୋଲି ସାମ୍ନାକୁ ଆସିଛି । ଆଉ ଏହାକୁ ଦେଖି ଏନସିବି ଅଧିକାରୀମାନେ ଦୀପିକାଙ୍କୁ କହିଥିଲେ, କାନ୍ଦିବା ବଦଳରେ ଯାହା ପଚରାଯାଉଛି ତାହା କହିଲେ, ଶୀଘ୍ର ଜେରା ସରିବ ।

NCB official reveals Deepika Padukone, Sara Ali Khan, Shraddha Kapoor said  they don't even smoke
DNA India
ବଡ଼ କଥା ହେଉଛି, ଦୁଇ ଦୁଇଟି ପାର୍ଟି କଥା କୁହଯାଉଛି । ଗୋଟିଏ ଯାହାର ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ଘରେ ଏବଂ ଆଉ ଗୋଟିଏ ଦୀପିକା ପାଦୁକୋନଙ୍କ ଘରେ ହୋଇଥିଲା । ଆଉ ଏହି ଦୁଇଟି ପାର୍ଟରେ ବଲିଉଡର ଅନେକ ଅଭିନେତା ସିଗାରେଟ୍ ଟାଣୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ହେଲେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଯେତେବେଳେ ଏନସିବି ଜେରା କରୁଛି, ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂ ସିରାଗେଟ୍ ମଧ୍ୟ ଟାଣୁନଥିବା କହିଛନ୍ତି ।
ସମ୍ବନ୍ଧିତ ଖବର