ପାକିସ୍ତାନରେ ପ୍ରଦର୍ଶିତ ହେବନି ଭାରତୀୟ ଫିଲ୍ମ, ଘୋଷଣା କଲା ପାକ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ପାକିସ୍ତାନର ଭାରତ ପ୍ରତି ଥିବା ଆକ୍ରୋଶ | ତେବେ ଏହାର ପ୍ରଭାବ ମନୋରଂଜନ ଶିଳ୍ପ ଉପରେ ମଧ୍ୟ ପଡିବାରେ ଲାଗିଛି | ଆଜି ପାକିସ୍ତାନ ପକ୍ଷରୁ ଭାରତୀୟ ଫିଲ୍ମ ପ୍ରଦର୍ଶିତ କରାଯିବନାହିଁ ବୋଲି ଘୋଷଣା କରାଯାଇଛି | ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅଧିକାରୀ ଡ.ଫିରଦୋସ ଆଶିକ କହିଛନ୍ତି ଯେ ପାକିସ୍ତାନର ସିନେମା ହଲରେ କୌଣସି ଭାରତୀୟ ଫିଲ୍ମକୁ ପ୍ରଦର୍ଶନ କରାଯିବାର ଅନୁମତି ଦିଆଯିବ ନାହିଁ |

NewsClick

ଏଠାରେ ସୂଚନା ଥାଉ କି ବଲିଉଡ ଫିଲ୍ମ ଅନ୍ୟ ଦେଶ ଭଳି ପାକିସ୍ତାନରେ ମଧ୍ୟ ରିଲିଜ ହୋଇଥାଏ | ପାକିସ୍ତାନରେ ବଲିଉଡ ପ୍ରେମୀ ଥିବାବେଳେ ବହୁସଂଖ୍ୟାରେ ଲୋକ ଦେଖିଥାନ୍ତି | ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଘଟଣାକୁ ନେଇ ପାକିସ୍ତାନ ଖୁବ୍‌ ବିଚଳିତ ହୋଇପଡ଼ିଛି।

ପାକିସ୍ତାନ ଭାରତ ପାଇଁ ପାକିସ୍ତାନ ନିଜର ୧୧ଟି ଆକାଶ ମାର୍ଗ ମଧ୍ୟରୁ ତିନିଟିକୁ ବନ୍ଦ କରି ଦେଇଥିବା ଜଣାଯାଇଛି। ପାକିସ୍ତାନ ଭାରତ ସହିତ ନିଜର କୂଟନୈତିକ ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର