ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ନଜର ଆସିଲେ ବଲିଉଡ୍‌ ତାରକା; ମୋଦିଙ୍କ ସହ ସେଲ୍ଫି ହେଲା ଭାଇରାଲ୍‌

ନୂଆଦିଲ୍ଲୀ : ରଣବୀର ସିଂହ,ରଣବୀର କପୁର,ଆଲିଆ ଭଟ୍ଟ,ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର, ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀଙ୍କ ଭଳି ଅନେକ ବଲିଉଡ୍‌ ଷ୍ଟାର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ଯାଇ ଭେଟିଛନ୍ତି । ଏହାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବଲିଉଡ୍‌ର ଆଗଧାଡ଼ିର ପ୍ରଯୋଜକଙ୍କ ସହ ବୈଠକ କରି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ଯାହା ପରେ ଫିଲ୍ମ ଟିକେଟ ଉପରୁ ଜିଏସ୍‌ଟିକୁ ହଟାଇ ଦିଆ ଯାଇଥିଲା । ଏବେ ପୁଣି ବଲିଉଡ୍‌ର କଳାକାର,ପ୍ରଯୋଜକ ଏବଂ ନିର୍ଦ୍ଦେଶକମାନଙ୍କୁ ନେଇ ପୁଣି ଗୁରୁବାର ବୈଠକ ବସିଥିଲା ବୋଲି ଜଣାପଡ଼ିଛି । କିନ୍ତୁ କ’ଣ ପାଇଁ ଏହି ବୈଠକ ଡ଼କାଯାଇଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ବୈଠକର ଆୟୋଜନ କରଣ ଜୋହର କରିଥିଲେ ସୁଚନା ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବଲିଉଡର ଯୁବ ତାରକାମାନେ ଏକ ସେଲ୍ଫି ନେଇଥିଲେ। ଏହି ସେଲ୍ଫି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Dailyhunt

ଏହି ବୈଠକରେ ଯୋଗ ଦେବା ପାଇଁ ଅଭିନେତା ଆୟୁଷ୍ମାନ ଖୁରାନା, ରଣବୀର କପୁର,ରାଜକୁମାର ରାଓ,ରଣବୀର ସିଂହ,ସିଦ୍ଧାର୍ଥ ମଲହୋତ୍ରା,ବିକି କୌଶଲ,ବରୁଣ ଧଓ୍ଵନ,ଅଭିନେତ୍ରୀ ଭୂମି ପେଡ୍‌ନେକର,ଆଲିଆ ଭଟ୍ଟ, ପ୍ରଯୋଜିକା ଏକତା କପୁର ପ୍ରମୁଖ ଯୋଗ ଦେଇଥିବା ଜଣାପଡ଼ିଛି । ସମସ୍ତେ ମିଶି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲ୍‌ଫି ନେଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର