ପାକିସ୍ତାନରେ ବୋମା ଫୁଟି ୩ ସୈନିକ ନିହତ

ପେଶଓ୍ଵାର: ପାକିସ୍ତାନର ଉତ୍ତର ଓ୍ଵାଜିରିସ୍ତାନ ଜିଲ୍ଲା ଅନ୍ତର୍ଗତ ଗୁଲାମ ଖାଁ ଅଞ୍ଚଳରେ ରାସ୍ତାକଡ଼ରେ ଏକ ବୋମା ବିସ୍ଫୋରିତ ହେବାରୁ ୩ ଜଣ ପାକ ସୈନିଙ୍କର ମୃତ୍ୟୁ ଘଟିଛି। ସଂପୃକ୍ତ ଅଞ୍ଚଳରେ ଆଇଏସ୍‌ ଏବଂ ତାଲିବାନ ଆତଙ୍କବାଦୀମାନଙ୍କର ଉପଦ୍ରବ ରହିଥିବା ବେଳେ ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ। ତେବେ ଘଟଣା ପରେ ସାରା ଇଲାକାକୁ ସେନା ଘେରାବନ୍ଦୀ କରି ରଖିଛି। ସୂଚନାନୁଯାୟୀ, କୌଣସି ଭିଆଇପିଙ୍କ ଗସ୍ତ ପୂର୍ବରୁ ଆଫଗାନିସ୍ତାନ ସୀମାକୁ ଲାଗିଥିବା ସେହି ଇଲାକାରେ ସୁରକ୍ଷା କର୍ମୀମାନେ ରବିବାର ସକାଳେ ରାସ୍ତାଘାଟ ଯାଞ୍ଚଚଳାଇଥିଲେ। ଏତିକି ବେଳେ ରାସ୍ତା କଡ଼ରେ ପୋତିହୋଇ ରହିଥିବା ଆଇଡିର ବିସ୍ଫୋରଣ ହୋଇଥିଲା।

ସମ୍ବନ୍ଧିତ ଖବର