କାବୁଲ୍: ଶନିବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲ୍ର ଗୋଟାଏ ଦୋକାନବଜାରପୂର୍ଣ୍ଣ ଜନଗହଳି ରାସ୍ତାରେ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୨୨ଜଣ ଆହତ ହୋଇଥିବା କଥା ଡାକ୍ତରଖାନା ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ସଂଖ୍ୟାଲଘୁ ଶି’ଇତେ ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ନିୟମିତ ଏକତ୍ର ହେଉଥିବା କାବୁଲ୍ ନଗରୀର ପଶ୍ଚମାଞ୍ଚଳ ଜିଲ୍ଲାରେ ଉକ୍ତ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ସୁନ୍ନି ମୁସଲମାନ୍ ଆତଙ୍କବାଦୀ ସଂଗଠନ ‘ଇସ୍ଲାମିକ୍ ଷ୍ଟେଟ୍’ ତା’ର ‘ଟେଲିଗ୍ରାମ୍’ ଚାନେଲ୍ରେ କହିଛି।
ଗୋଟାଏ ଘରୋଇ ଡାକ୍ତରଖାନାର ଜଣେ ବରିଷ୍ଠ ମେଡିକାଲ୍ ଅଫିସର୍ କହିଛନ୍ତି, ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୨୨ଜଣ ଆହତ ହୋଇଛନ୍ତି।
 Image Courtesy of The Times of Indiaଆଫଗାନିସ୍ତାନର ଗୃହମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି, ଆହତମାନଙ୍କୁ ସାହାଯ୍ୟ କରିବା ଏବଂ ମୃତ ବ୍ୟକ୍ତିମାନଙ୍କ ଉଦ୍ଧାର କରିବା ଲାଗି ବିସ୍ଫୋରଣ ସ୍ଥଳରେ ତଦନ୍ତକାରୀ ଦଳ ଉପସ୍ଥିତ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଆଗକୁ ମୁଖ୍ୟତଃ ‘ଶି‘ଇତେ’ ମୁସମାନମାନେ ପାଳନ କରୁଥିବା ‘ଆଶୁରା’ ଥିବା ବେଳେ ଏଭଳି ଆକ୍ରମଣ କରାଯାଇଛି। ଏହି ଦିନ ସେମାନେ ମହାପୁରୁଷ ମହମ୍ମଦ୍ଙ୍କ ନାତି ହୁସେନ୍ଙ୍କର ସହିଦ ଦିବସ ପାଳନ କରିଥାଆନ୍ତି।
ସ୍ମରଣଯୋଗ୍ୟ, ଶୁକ୍ରବାର ଦିନ ମଧ୍ୟ କାବୁଲ୍ରେ ବୋମା ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଆହତ ହୋଇଥିଲେ। ଆଫଗାନିସ୍ତାନର କୌଣସି ଅଞ୍ଚଳ ଉପରେ ‘ଇସ୍ଲାମିକ୍ ଷ୍ଟେଟ୍’ର ନିୟନ୍ତ୍ରଣ ନ ଥିଲେ ମଧ୍ୟ ଗୁପ୍ତଚରମାନଙ୍କ ସହାୟତାରେ ଦେଶର ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/kabul-1.jpg)