ଇସ୍ଲାମାବାଦ: ପାକିସ୍ତାନର ୧୧ତମ ସାଧାରଣ ନିର୍ବାଚନ ପାଇଁ ଆଜି ମତଦାନ ସମ୍ପନ୍ନ ହୋଇଛି। କିନ୍ତୁ ଆରମ୍ଭରୁ ଏକ ବଡ଼ଧରଣର ହିଂସା ଘଟିଛି। କ୍ୱେଟା ସହରରେ ଆଜି ଭୋଟ୍ ଆରମ୍ଭ ହେବା ପରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଫଳରେ ୩୫ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ ଓ ଦୁଇଜଣ ଛୋଟ ପିଲା ଅଛନ୍ତି। ଏଥିରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାଯାଇଛି। କ୍ୱେଟାର ପୂର୍ବ ବାଇପାସ୍ ନିକଟସ୍ଥ ପୋଲିଂ ବୁଥ୍ ବାହାରେ ଏହି ଧମାକା ହୋଇଥିଲା। ନିର୍ବାଚନ କମିସନ୍ଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୮ଟା ବେଳେ ମତଦାନ ଆରମ୍ଭ ହୋଇଥିଲା। କ୍ୱେଟା ଓ ଆଉ କିଛି ସ୍ଥାନରେ ଛୋଟବଡ଼ ବୋମା ବିସ୍ଫୋରଣ ଘଟିଥିଲା। ବାକି ସ୍ଥାନୁଗୁଡ଼ିକରେ ମତଦାନ ଠିକ୍ଠାକ୍ ଚାଲିଥିଲା। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିଥିଲା। ନିର୍ବାଚନରେ ମୋଟ ୩,୪୫୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମୋଟ ୩୪୨ ଆସନ ମଧ୍ୟରୁ ୭୦ଟି ପୂର୍ବରୁ ସଂରକ୍ଷିତ ରହିଥିଲା ବେଳେ ବଳକା ୨୭୨ ଆସନରେ ନିର୍ବାଚନ ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଥିବା ୫୭୭ ଆସନ ନିମନ୍ତେ ୮,୩୯୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଥିବା ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ପାକିସ୍ତାନ ମୁସ୍ଲିମ୍ ଲିଗ (ପିଏମ୍ଏଲ୍-ଏନ୍)ର ଶେହବାଜ ସରିଫ୍, ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ର ଇମ୍ରାନ୍ ଖାନ୍, ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ, ମୁତ୍ତାହିଦା କୌମି ମୁଭମେଣ୍ଟ ପାକିସ୍ତାନର ଖାଲିଦ୍ ମକବୁଲ୍ ସିଦ୍ଦିକି ଓ ମୁତ୍ତାହିଦା ମଜଲିସ୍-ଏ-ଅମଲ୍ର ଫଜଲ୍ ଉର୍ ରହମାନ ରହିଛନ୍ତି।
କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୩୫ ମୃତ
ପାକିସ୍ତାନ ନିର୍ବାଚନରେ ହିଂସା
/sambad/media/post_attachments/wp-content/uploads/2018/07/Pak-Blast-in-Quetta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)