ଲକ୍ଷ୍ନୌ: ଲକ୍ଷ୍ନୌ କୋର୍ଟ ପରିସରରେ ଆଜି ବୋମା ବିସ୍ଫୋରଣ ହୋଇଛି। ଲକ୍ଷ୍ନୌ, ୧୩/୨ : ଲକ୍ଷ୍ନୌ କୋର୍ଟ ପରିସରରେ ଆଜି ବୋମା ବିସ୍ଫୋରଣ ଘଟି ୩ ଜଣ ଆଇନଜୀବୀ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ପାଇଁ ଆଜି କୋର୍ଟ ପରିସରରେ ବୋମା ମାଡ଼ ହୋଇଥିଲା। ଜଣେ ଆଇନଜୀବୀ ତାଙ୍କ ଚ୍ୟାମ୍ବର ବାହାରେ ବୋମା ବିସ୍ଫୋରଣ ହୋଇଥିବା ଅଭିଯୋଗ କରିବାପରେ ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ଲକ୍ଷ୍ନୌ ବାର୍‌ ଆସୋସିଏସନ୍‌ର ଯୁଗ୍ମ ସଚିବ ସଂଜୀବ କୁମାର ଲୋଧିଙ୍କ ଦାବି ଅନୁଯାୟୀ ତାଙ୍କୁ ଟାର୍ଗେଟ୍‌ କରି ବୋମା ନିକ୍ଷେପ କରାଯାଇଥିଲା। ସେ କିଛି ବିଚାରବିଭାଗୀୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରୁଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି ବୋଲି ସେ କହିଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରୁ ୨ଟି ଜୀବନ୍ତ ବୋମା ମଧ୍ୟ ଜବତ କରିଛନ୍ତି। ଯୁଗ୍ମ ପୁଲିସ କମିସନର ନବୀନ ଆରୋରା କହିଛନ୍ତି, ବାର୍‌ର ୩ ଜଣ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ହୋଇଛି।