ବେଲୁଚିସ୍ତାନରେ ବୋମା ବିସ୍ଫୋରଣ, ୩୩ ନିହତ, ଭାରତକୁ ଦାୟୀ କଲେ ପାକ ନେତା

ଇସ୍ଲାମାବାଦ : ପାକିସ୍ତାନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଥିବାବେଳେ ଆଜି ବେଲୁଚିସ୍ତାନରେ ଚାଲିଥିବା ଏକ ନିର୍ବାଚନୀ ସଭାରେ ବୋମା ବିସ୍ଫୋରଣ ହେବାରୁ ଅତି କମରେ ୩୩ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୮୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ବେଲୁଚିସ୍ତାନର କ୍ୱେଟା ନିକଟରେ ଥିବା ମଷ୍ଟାଙ୍ଗ ସହରରେ ବେଲୁଚିସ୍ତାନ ଆଓ୍ଵାମୀ ପାର୍ଟିର ଏହି ନିର୍ବାଚନୀ ସଭା ଚାଲିଥିଲା । ବିସ୍ଫୋରଣ ଫଳରେ ଏହି ଦଳର ନେତା ନଓ୍ଵାବଜାଦା ସିରାଜ ରଇସାନୀ ନିହତ ହୋଇଛନ୍ତି । ତେବେ ଏହି ବୋମା ବିସ୍ଫୋରଣ ଘଟଣାରେ ପାକିସ୍ତାନର ବିଭିନ୍ନ ରାଜନୈତିକ ଦଳ ଭାରତକୁ ଦାୟୀ କରିଛନ୍ତି । ସେ ବେଲୁଚିସ୍ତାନରେ ଭାରତର ଏଜେଣ୍ଟ ମାନଙ୍କ ବିରୋଧରେ ଲଢୁଥିବାରୁ ଭାରତ ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ  ଦଳ ବେଲୁଚିସ୍ତାନ ଆଓ୍ଵାମୀ ପାର୍ଟି ନେତା ସରଫରାଜ ବୁଗତି କହିଛନ୍ତି ।

ସମ୍ବନ୍ଧିତ ଖବର