ଇସଲାମାବାଦ: ବଲୁଚିସ୍ତାନ ଟ୍ରେନ୍ ଅପହରଣ ଘଟଣା ମନରୁ ନଲିଭୁଣୁ ପୁଣି ଏକ ଭୟଙ୍କର ବିସ୍ଫୋରଣ ବଲୁଚିସ୍ତାନରେ ଭୟ ଭରିଛି । ଦକ୍ଷିଣ-ପଶ୍ଚିମ ପାକିସ୍ତାନର ନୌସଖୀ ଅଞ୍ଚଳରେ ଏହି ଆତ୍ମଘାତୀ କାର୍ ବିସ୍ଫୋରଣ ଘଟିଛି । ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବାକୁ ବସକୁ ଟାର୍ଗେଟ୍ କରି ବିସ୍ଫୋରଣ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ସୁରକ୍ଷା କର୍ମୀ ଥିବା ବେଳେ ୨ ଜଣ ସାଧାରଣ ଲୋକ ଥିଲେ । ତେବେ ରାସ୍ତା କଡରେ ବସ ନିକଟରେ ଏହି ଆତ୍ମଘାତୀ ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ପ୍ରାୟ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ତେବେ ଏହି ବିସ୍ଫୋରଣ ପଛରେ ବିଏଲଏ ନିଜକୁ ଦାୟୀ କରିଛି । ଗତ ମଙ୍ଗଳବାର ଦିନ ପାକିସ୍ତାନରେ ଆତଙ୍କବାଦୀମାନେ ପୂରା ଟ୍ରେନକୁ ଅପହରଣ କରି ନେଇଥିଲେ । ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ ବେଲୁଚ ଲିବରେସନ ଆର୍ମି । ୭ ଦିନ ନପୂରୁଣୁ ଏଭଳି ଭୟଙ୍କର ବିସ୍ଫୋରଣ ସମସ୍ତଙ୍କୁ ଛାନିଆ କରାଇଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/17/iTxYJeWg5Bj2EXCYSAem.jpg)