କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ସ୍କୁଲ ବାହାରେ ଆଜି ଏକ ବୋମା ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ କହିଛନ୍ତି ଯେ ଦୁଃଖର ବିଷୟ ଯେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ହୋଇଥିବାବେଳେ ବିସ୍ଫୋରଣର କାରଣ କ’ଣ ଏବଂ କିଏ ଏହି ବିସ୍ଫୋରଣ କରିଛି ସେ ନେଇ ସୂଚନା ମିଳିପାରିନାହିଁ |। ଏହି ବିସ୍ଫୋରଣ କାବୁଲର ପଶ୍ଚିମ ଦାଶତ-ଇ-ବାରଚିର ଏକ ସ୍କୁଲ ବାହାରେ ଘଟିଥିଲା ​​ଯେଉଁଠାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ନ୍ୟୁଜ ଏଜେନ୍ସି ଅନୁଯାୟୀ, ଯେତେବେଳେ ଏହି ବିସ୍ଫୋରଣ ଘଟିଥିଲା, ସାଧାରଣ ଲୋକ ମଧ୍ୟ ନିକଟ ବଜାରରେ ଇଦ-ଉଲ-ଫିତର ପାଇଁ ଜିନିଷ କିଣିବାକୁ ଗହଳି କରିଥିଲେ । ଆଉ ସେତିକିବେଳେ ବିସ୍ଫୋରଣ ହୋଇଥିଲା |
ଆଫଗାନିସ୍ତାନର ଏକ ସ୍କୁଲ ବାହାରେ ବୋମା ବିସ୍ଫୋରଣ, ୨୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ
/sambad/media/post_attachments/wp-content/uploads/2021/05/8b802830-76f5-4839-a167-8f200e55a995.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)