ଲକ୍ଷ୍ନୌ କୋର୍ଟରେ ବୋମା ଫୁଟି ଓକିଲ ଆହତ, ଆଉ ୩ଟି ଅଫୁଟା ବୋମା ଉଦ୍ଧାର

ଲକ୍ଷ୍ନୌ: ଗୁରୁବାର ଦିନ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ଓ୍ଵାଜିରଗଞ୍ଜ ସିଭିଲ୍‌ କୋର୍ଟରେ ଏକ ବୋମା ବିସ୍ଫୋରଣ ଘଟିଛି।
ଏଥିରେ ଜଣେ ଓକିଲ ସାଙ୍ଘାତିକ ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରୁ ପୁଲିସ ଆଉ ତିନୋଟି ଅଫୁଟା ବୋମା ମଧ୍ୟ ଉଦ୍ଧାର କରିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କୌଣସି ଏକ ମାମଲା ବିଷୟରେ ଦୁଇ ଦଳର ଓକିଲଙ୍କ ମଧ୍ୟରେ ବିବାଦ ଯୋଗୁଁ ବୋମା ବିସ୍ଫୋରଣ କରାଯାଇଛି।

Image Source: The Times of India

ଅଦାଲତରେ ଉପସ୍ଥିତ ଥିବା ଜଣେ ଓକିଲଙ୍କୁ ଆକ୍ରମଣ କରିବା ପାଇଁ ଏହି ବୋମା ଫୁଟାଯାଇଛି ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି।
ବୋମା ବିସ୍ଫୋରଣ ପରେ କୋର୍ଟରେ ବଡ଼ ଗୋଳମାଳିଆ ପରିସ୍ଥିତି ଉପୁଜିଥିଲା।

ଜିତୁ ଯାଦବ ନାମକ ଜଣେ ବ୍ୟକ୍ତି ବୋମା ବିସ୍ଫୋରଣ କରିଛନ୍ତି ବୋଲି ପୁଲିସ କହିଛି। ଫୁଟିଥିବା ବୋମାଟି ସ୍ଥାନୀୟ ଅଞ୍ଚଳରୁ ସଂଗୃହୀତ ବିସ୍ଫୋରକରେ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ଓ୍ଵାଜିର୍‌ଗଞ୍ଜ ପୁଲିସ ଉପସ୍ଥିତ ରହି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର