ମୁମ୍ବାଇ : ଫ୍ରାନ୍ସର ପ୍ୟାରିସରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ବିମାନରେ ଆତଙ୍କ ଖେଳିଯାଇଥିଲା। ତେବେ ଏହା ଏକ ଗୁଜବ ବୋଲି ପରେ ଜଣାପଡ଼ିଥିଲା । ସୂଚନା ଅନୁସାରେ, ଏ ସଂକ୍ରାନ୍ତରେ ଏକ ହାତ ଲେଖା ଚିଠି ପାଇବା ପରେ କ୍ରୁ ମେମ୍ବରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେ ସଙ୍ଗେ ମୁମ୍ବାଇ ବିମାନ ବନ୍ଦରକୁ ଖବର ଦିଆଯିବା ପରେ ଭିସ୍ତାରା ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ସମୁଦାୟ ୩୦୬ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ଏହା ପୂର୍ବରୁ ଚେନ୍ନାଇରୁ ମୁମ୍ବାଇ ଓ ଦିଲ୍ଲୀରୁ ବାରଣାସୀ ଯାଉଥିବା ବିମାନରେ ବୋମା ଥିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବିମାନକୁ ଅବତରଣ କରାଇବା ସହ ପୂରା ବିମାନକୁ ଯାଞ୍ଚ କରାଯାଇଥିଲା। ତେବେ ଏହି ବିମାନରୁ ସେଭଳି କିଛି ମିଳିନଥିଲା।
ପ୍ୟାରିସରୁ ମୁମ୍ବାଇ ଯାଉଥିବା ଭିସ୍ତାରା ବିମାନରେ ବୋମା ମାଡ଼ ଧମକ ମିଳିଥିଲା। ତରବରିଆ ଭାବେ ଏହି ସୂଚନା ମୁମ୍ବାଇ ବିମାନବନ୍ଦରକୁ ଦିଆଯାଇଥିଲା। ଏହାପରେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଏଥିସହ ବିମାନଟିର ଜରୁରୀ କାଳୀନ ଅବତରଣ କରାଯାଇଥିଲା। ବାସ୍ତବରେ ବିମାନର ଏୟାର ସିକନେସ୍ ବ୍ୟାଗ୍ ରୁ ଏକ ହାତ ଲେଖା ଚିଠି ମିଳିଥିଲା। ବିମାନରେ ବୋମା ଥିବା ନେଇ ଲେଖା ଯାଇଥିଲା। ବିମାନରେ ୩୦୬ ଜଣ ଯାତ୍ରୀ ଥିଲେ। ବୋମା ମାଡ଼ ଖବର ମିଳିବା ପରେ ବିମାନର ସୁରକ୍ଷିତ ଅବତରଣ କରାଯାଇଥିଲା ଓ ଯାତ୍ରୀମାନଙ୍କୁ ଓହ୍ଲାଇଦିଆଯାଇଥିଲା ।