ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଆଜି ବୋମା ଧମକ ମିଳିଛି । ପ୍ରଥମେ ହାଇକୋର୍ଟ, ତାପରେ ୨ଟି ଯାକ ମାକ୍ସ ହସପିଟାଲ ଓ ହୋଟେଲ ତାଜ୍ ପ୍ୟାଲେସକୁ ବି ବୋମା ଧମକ ମିଳଛି । ଏହା ଫଳରେ ରାଜଧାନୀରେ ଆତଙ୍କ ଖେଳିଯାଇଛି ।
ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ସବୁଠାରୁ ସୁରକ୍ଷିତ ଅଂଚଳଭାବେ ଜଣାଶୁଣା ଚାଣକ୍ୟପୁରୀ ଅଂଚଳରେ ଥିବା ତାଜ୍ ପ୍ୟାଲେସ ହୋଟେଲକୁ ଶନିବାର ସକାଳେ ଏକ ଇ-ମେଲ ମାଧ୍ୟମରେ ବୋମା ଧମକ ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ ହୋଟେଲରେ ୧୬ଟି ବୋମା ରଖାଯାଇଛି । ଦିନ ୧୧ଟା ସୁଦ୍ଧା ହୋଟେଲକୁ ଖାଲି କରିବାକୁ ସେଥିରେ ଚେତାଇ ଦିଆଯାଇଥିଲା । ବୋମା ଖବର ମିଳିବା ପରେ ପୁଲିସ, ବୋମା ନିରୋଧୀ ଦଳ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ହୋଟେଲକୁ ଯାଞ୍ଚ କରିଥିଲେ । ତେବେ ହୋଟେଲରୁ କୌଣସି ବୋମା ମିଳିନଥିଲା ।
ଠିକ ସେହି ସମୟରେ ଦିଲ୍ଲୀରେ ଥିବା ୨ଟି ମାକ୍ସ ହୋଟେଲକୁ ବି ବୋମା ଧମକ ମିଳିଥିଲା । ପ୍ରଥମେ ଶାଲିମାରବାଗ ଓ ତାପରେ ଦ୍ବାରକାରେ ଥିବା ମାକ୍ସ ହସପିଟାଲକୁ ବୋମା ଧମକ ମିଳିଥିଲା । ସେଠାରେ ବି ପୁଲିସ ଓ ଦମକଳ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ ବି ବୋମା ମିଳିନଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏସବୁ ଇ-ମେଲ ଗୋଟିଏ ଆଇପି ଆଡରେସରୁ ପଠାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/13/new-project-31-2025-09-13-19-52-52.jpg)