ଇଣ୍ଡିଗୋ ବିମାନ‌ରେ ବୋମା ଆତଙ୍କ

ନୂଆଦିଲ୍ଲୀ : ଇଣ୍ଡିଗୋର ମୁମ୍ବାଇ-ଲକ୍ଷ୍ନୌ ବିମାନରେ ବୋମା ରହିଥିବା ଖବର ଆଜି ପ୍ରଚାରିତ ହେବାପରେ ଆତଙ୍କ ଖେଳିଯାଇଥିଲା। ବିମାନର ଉଡ଼ାଣକୁ ତୁରନ୍ତ ରୋକାଯାଇ ଏହାକୁ ଏକ ଖାଲି ସ୍ଥାନକୁ ନିଆଯାଇଥିଲା। ବ୍ୟାପକ ତଲାସୀ ସତ୍ତ୍ବେ କୌଣସି ବିସ୍ଫୋରକ ସାମଗ୍ରୀ ନମିଳିବାରୁ ଘଣ୍ଟାଏ ବିଳମ୍ବରେ ଏହି ବିମାନ ପୁଣି ଉଡ଼ାଣ ଆରମ୍ଭ କରିଥିଲା। ତେବେ ବୋମା ଧମକ ନେଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ବୋଲି ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ଜି୮-୩୨୯ ବିମାନରେ ଦିଲ୍ଲୀ ଯାତ୍ରା କରୁଥିବା ଜଣେ ମହିଳା ଚେକ୍‌ ଇନ୍‌ କାଉଣ୍ଟରରେ କହିଥିଲେ ଯେ  ବିମାନରେ ବୋମା ରହିଛି। ଏକ ଫଟୋ ଦେଖାଇ ସେ ଏଭଳି ଦାବି କରିଥିଲେ।

ସମ୍ବନ୍ଧିତ ଖବର