ମୁମ୍ବାଇ ଏୟାରପୋର୍ଟରେ ବୋମା ଆତଙ୍କ !

ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଏୟାରପୋର୍ଟରେ ବୋମା ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏୟାରପୋର୍ଟର ଗୋଟିଏ ଶୌଚାଳୟରେ ଏନେଇ ଏକ ଲେଖା ମିଳିବା ପରେ ବୋମା ନିରୋଧୀ ସ୍ୱାଡ୍‌ ଓ ସିଆଇଏସଏଫ କର୍ମୀମାନେ ତୁରନ୍ତ ଖାନତଲାସ ଆରମ୍ଭ କରି ଦେଇଛନ୍ତି । ଲୋକମାନଙ୍କୁ ଓ ବିଭିନ୍ନ ସଂଦିଗ୍ଧ ସାମଗ୍ରୀର ଯାଞ୍ଚ କରାଯାଉଛି ।

ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ଏୟାରପୋର୍ଟର ଜନସଂପର୍କ ଅଧିକାରୀଙ୍କ କହିବା ମୁତାବକ ଏକ ଆଗାମୀ ଜାନୁୟାରୀ ୨୬ ତାରିଖରେ ଆଇଏସଆଇଏସ ପକ୍ଷରୁ ଆକ୍ରମଣ କରାଯିବାର ଧମକ ଲେଖାଥିବା ଏକ ଲେଖା ଏୟାରପୋର୍ଟର ଶୌଚାଳୟରେ ମିଳିବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ଖାଲି କରାଯାଇଥିଲା । ସୁରକ୍ଷା କର୍ମୀମାନଙ୍କ ଦ୍ୱାରା ଯାତ୍ରୀ ଓ ଜିନିଷପତ୍ରର ଖାନତଲାସୀ ପରେ ହିଁ ଯାତ୍ରୀମାନଙ୍କୁ ଭିତରକୁ ଛଡାଯାଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର