ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ଆଜି ବୋମା ଆତଙ୍କ ଖେଳିଯାଇଥିଲା। ତେବେ ପୁଲିସ ଯାଇ ଘଟଣାସ୍ଥଳରେ ତଲାସି ଆରମ୍ଭ କରିବାପରେ ଜାଣିବାକୁ ପାଇଲା ଯେ ଏହା ମିଛ। ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରୁ ପୁଲିସ ଅଧିକାରୀମାନେ ବୋମା ପାଇନଥିଲେ। ତେବେ ବୋମା ଥିବା ଖବର ପାଇବାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରିଛନ୍ତି।। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଡିସିପି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମା ଥିବା ଖବର ଦିଲ୍ଳୀ ପୁଲିସ କଣ୍ଟ୍ରୋଲ ରୁମ୍କୁ ଆସିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp