ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବେ ବଡ଼ ବିପଦ ହୋଇ ଦେଖାଦେଇଛି । ଆତଙ୍କବାଦୀ ଗୋଷ୍ଠୀମାନେ ବିସ୍ଫୋରଣ ଘଟାଇବାପାଇଁ ବ୍ୟବହାର କରୁଥିବା ବିଭିନ୍ନ ମାଧ୍ୟମକୁ ଠାବ କରିବା ବେଶ୍ କଷ୍ଟକର ହୋଇପଡ଼ିଛି। ତାଲିବାନ୍ମାନେ ଏ କ୍ଷେତ୍ରରେ ନୃଶଂସତାର ସୀମା ଟପିଯାଇଛନ୍ତି। ବିସ୍ଫୋରଣ ଘଟାଇବାପାଇଁ ସେମାନେ ଏକ ୪ ମାସର ଶିଶୁକୁ ବି ଛାଡ଼ିନାହାନ୍ତି। ଆଫଗାନିସ୍ତାନର କୁନ୍ଦୁଜ ପ୍ରଦେଶରେ ସୁରକ୍ଷାକର୍ମୀମାନେ ଏକ ୪ ମାସର ଶିଶୁର ଦେହରେ ଶକ୍ତିଶାଳୀ ବିସ୍ଫୋରକ ଖଞ୍ଚାଯାଇଥିବା ଠାବ କରିଛନ୍ତି। ଏହା ତାଲିବାନ୍ଙ୍କ କାଣ୍ଡ ଏବଂ ତାଲିବାନ୍ମାନେ କାବୁଲ୍ର ୩୩୦ କିମି ଉତ୍ତରରୁ ଉକ୍ତ ଶିଶୁଟିକୁ ବିସ୍ଫୋରଣ ଘଟାଇବାପାଇଁ ଆଣିଥିବା ଜଣାଯାଇଛି। କୁନ୍ଦୁଜ୍କୁ ପ୍ରବେଶ କରିିବାକୁ ଚେଷ୍ଟା କରିଥିବା ୫ ଆତଙ୍କବାଦୀ ଗିରଫ ହୋଇଥିବାବେଳେ ବିସ୍ଫୋରଣ ଘଟାଇବା ପାଇଁ ଏକ ଶିଶୁକୁ ବ୍ୟବହାର କରିବା ଘଟଣା ସମ୍ପୃକ୍ତ ଅଞ୍ଚଳ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଛି।
୪ ମାସର ଶିଶୁ ଦେହରେ ବି ବିସ୍ଫୋରକ ଖଞ୍ଜିଲେ
/sambad/media/post_attachments/wp-content/uploads/2018/01/489B221F00000578-5317055-Taliban_fighters_used_a_four_month_old_baby_to_hide_a_bomb_as_pa-m-58_1516982911619.jpg)