ମୁମ୍ବାଇ : ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ବାହାରୁ ଜବତ ହୋଇଥିବା ବିସ୍ଫୋରକ ବୋଝେଇ ସ୍କର୍ପିଓ କାର୍ର ମାଲିକ ମନସୁଖ୍ ହିରେନ୍ଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତାଙ୍କୁ ଆକ୍ରମଣ ପରେ ଜୀବନ୍ତ ପାଣିକୁ ଫିଙ୍ଗି ଦିଆଯାଇଥିବା ଏଟିଏସ୍ ସନ୍ଦେହ କରୁଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସେ ପାଣିରେ ପଡ଼ିବା ସମୟରେ ତାଙ୍କର ଜୀବନ ଥିଲା। ଏ ବାବଦରେ ଫରେନ୍ସିକ ରିପୋର୍ଟ ଆସିବାପରେ ସବୁକିଛି ଆହୁରି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି।
ବୋମା ଆତଙ୍କ ମାମଲା: ମନସୁଖ୍ ହିରେନ୍ଙ୍କୁ ପାଣିକୁ ଫିଙ୍ଗି ହତ୍ୟା କରାଯାଇଥିଲା
/sambad/media/post_attachments/wp-content/uploads/2021/03/ambani-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)