ନୂଆଦିଲ୍ଲୀ: ଦିଲ୍ଲୀର ବିଭିନ୍ନ ସ୍କୁଲ ପରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରକୁ ବୋମା ଧମକ ମିଳିଛି। ବିମାନବନ୍ଦରକୁ ଧମକ ମିଳିବା ପରେ ପୁଲିସ ପକ୍ଷରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରବିବାର ଛୁଟି ଥିଲେ ମଧ୍ୟ କେତେକ ସ୍କୁଲକୁ ଇମେଲ୍ ଜରିଆରେ ଧମକ ମିଳିଛି। ଇମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ‘ଟେରରାଇଜ୧୧୧’ ନାମକ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଭାବେ ଦାବି କରିଛି। ବିଭିନ୍ନ ସ୍ଥାନରେ ବୋମା ଖଞ୍ଜାଯାଇଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିସ୍ଫୋରଣ ହେବ ବୋଲି ଇମେଲ୍ରେ କୁହାଯାଇଛି।
ଏହି ଇମେଲ୍ ୧୦୦ରୁ ୧୫୦ ସଙ୍ଗଠନର ଠିକଣାରେ ପଠାଯାଇଛି। ସେହିପରି ଦିଲ୍ଲୀର ଦ୍ବାରକାସ୍ଥିତ ସିଆରପିଏଫ୍ ପବ୍ଲିକ୍ ସ୍କୁଲ ଓ କୁତବ ମିନାର ନିକଟବର୍ତ୍ତୀ ସର୍ବୋଦୟ ବିଦ୍ୟାଳୟକୁ ମଧ୍ୟ ବୋମା ଧମକ ସମ୍ବନ୍ଧୀୟ ଇମେଲ୍ ପଠାଯାଇଛି। ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନାନୁଯାୟୀ, ଦୁଇଟି ଯାକ ସ୍କୁଲରେ ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ସନ୍ଧାନ କରାଯାଇଥିଲେ ମଧ୍ୟ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/29/high-alert-2025-09-29-03-11-38.jpg)