ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୋଟେ କି ଦୁଇଟି ନୁହେଁ ୭ରୁ ଅଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଯେଉଁଥିରେ ରହିଛି କୋର୍ଟ, ରେଳଷ୍ଟେସନ । ଏହି ସବୁ ଧମକ ମିଳିଛି ଉତ୍ତରପ୍ରଦେଶ ଓ କର୍ଣ୍ଣାଟର ବିଭିନ୍ନ କୋର୍ଟ ଓ ରେଳଷ୍ଟେସନକୁ । ଗୁଜୁରାଟ ହାଇକୋର୍ଟ ଏବଂ ପାଞ୍ଚଟି ସ୍ଥାନୀୟ କୋର୍ଟକୁ RDX ବୋମା ବିସ୍ଫୋରଣର ଧମକ ମିଳିଥିଲା । ଆନନ୍ଦ, ରାଜକୋଟ, ଅହମଦାବାଦ ଏବଂ ଭରୁଚରେ ଥିବା ସେସନ୍ସ କୋର୍ଟଗୁଡ଼ିକୁ ସମାନ ଇମେଲ୍ ମିଳିଥିଲା ।
ଆହୁରି ପଢନ୍ତୁ- Journalist Dead: ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ମୃତ୍ୟୁ ନେଇ ବିଜେଡି କହିଲା...
ତଥାପି, ବମ୍ ସ୍କ୍ୱାଡ୍ କୋର୍ଟରେ ତଦନ୍ତ କରିବା ସମୟରେ କିଛି ସନ୍ଦେହଜନକ ମିଳିଲା ନାହିଁ । ପୋଲିସ ଅନୁଯାୟୀ ଲିବରେସନ୍ ଟାଇଗର୍ସ ଅଫ୍ ନାମରେ ଧମକ ମିଳିଛି । ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶର ମଉ ରେଳ ଜଙ୍କସନରେ କାଶୀ ଏକ୍ସପ୍ରେସକୁ ବୋମା ଧମକ ମିଳିଥିଲା । ଏହା ପରେ, ଟ୍ରେନକୁ ଷ୍ଟେସନରେ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଓହ୍ଲାଇ ଦିଆଯାଇଥିଲା । ଯେଉଁ ଯେଉଁ ସ୍ଥାନକୁ ଧମକ ମିଳିଛି ସେସବୁ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି । ସେପଟେ ରେଳଷ୍ଟେସନରେ ସ୍ନିପର ଡଗ ସହ ଛାନଭିନ କରିଛି ପୁଲିସ । ବୋମା ନିଷ୍କ୍ରିୟ ଟିମ ଘଟଣାସ୍ଥୂଳରେ ପହଞ୍ଚି ଛାନଭିନ କରିଥିଲେ ବି କିଛି ମିଳିନାହିଁ । ତେବେ କେଉଁଠୁ ଆସିଥିଲା ଧମକ ପୂର୍ଣ୍ଣ କଲ ଏନେଇ ଛାନଭିନ ଚାଲିଛି ।ସେପଟେ କେରଳର ଏକ ସ୍କୁଲ ପାଖରୁ ୧୦ଟି ଜୀବନ୍ତ ବୋମା ଜବତ କରାଯାଇଛି ।
ଆହୁରି ପଢନ୍ତୁ- Dharmendra Pradhan: ଆମ ଶାସ୍ତ୍ରୀୟ ଭାଷା ଓ ସଂସ୍କୃତି ହେଉଛି ଆମର ଅମୂଲ୍ୟ ସମ୍ପତ୍ତି: ଧର୍ମେନ୍ଦ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/06/bomb-threat-2026-01-06-22-11-47.jpg)