ଇମ୍ଫାଲ: ଗୁରୁବାର ରାତିରେ ୨ଜଣ ଅଜ୍ଞାତ ବ୍ୟକ୍ତି ମୋଟର୍ସାଇକେଲ୍ରେ ଆସି ମଣିପୁରର ଜଣେ ‘ବିଜେପି’ ବିଧାୟିକାଙ୍କ ବାସଭବନ ଉପରକୁ ଫିଙ୍ଗିଥିବା ଦେଶୀ ବୋମାଟି ଗେଟ୍ରେ ଫୁଟିବାରୁ ଗେଟ୍ର ଟିଣ ଆବରଣରେ ବିଭିନ୍ନ ସ୍ଥାନରେ କଣା ହୋଇଯାଇଛି।
ସଂଗୃହୀତ ତଥ୍ୟାବଳି ଅନୁସାରେ, ବୋମା ଫିଙ୍ଗାଯିବା ସମୟରେ ଇମ୍ଫାଲ୍ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ନାଓରିୟା ପାଖନ୍ଗ୍ଲାକ୍ପା ନିର୍ବାଚନ ମଣ୍ଡଳୀର ଉକ୍ତ ବିଧାୟିକା କେବି ଦେବୀ ବାସଭବନରେ ଥିଲେ।
ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨ଜଣ ସନ୍ଦିଗ୍ଧ ଗୋଟାଏ ବାଇକ୍ରେ ଆସି ବୋମାଟି ଫିଙ୍ଗିଥିବା କଥା ସେଠାରେ ଥିବା ‘ସିସିଟିଭି’ ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡ଼ିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ପୁଲିସ କହିଛି।
Image Courtesy of Bharat Times Newsଉଲ୍ଲେଖଯୋଗ୍ୟ, ମଣିପୁରରେ ମେ ୩ ତାରିଖଠାରୁ ହିଂସାକାଣ୍ଡ ଲାଗି ରହିଛି। ଜନଜାତି ବର୍ଗରେ ସାମିଲ କରାଯାଉ ବୋଲି ମଣିପୁରୀମାନେ କରୁଥିବା ଦାବି ବିରୋଧରେ ପାର୍ବତ୍ୟ ଅଞ୍ଚଳରେ ବସବାସ କରୁଥିବା କୁକି ଜନଜାତି ପ୍ରତିବାଦ କରିବାରୁ ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା। ପାର୍ବତ୍ୟ ଜିଲ୍ଲାମାନଙ୍କରେ ଆୟୋଜିତ ‘ଟ୍ରାଇବାଲ୍ ସଲିଡାରିଟି ମାର୍ଚ’ ସମୟରେ ଅନ୍ୟୂନ ୯୮ଜଣ ବ୍ୟକ୍ତି ପ୍ରାଣ ହରାଇବା ସହିତ ୩୧୦ଜଣ ଆହତ ହୋଇଥିଲେ।
ଏହି ହିଂସାକାଣ୍ଡ ଯୋଗୁଁ ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୩୭,୪୫୦ ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତର କରାଯାଇ ରାଜ୍ୟର ୧୩ଟି ଜିଲ୍ଲାରେ ଥିବା କମ୍ୟୁନିଟି ହଲ୍ ସମେତ ୨୭୨ଟି ରିଲିଫ୍ ଶିବିରରେ ଆଶ୍ରୟ ଦିଆଯାଇଛି। ସେମାନଙ୍କୁ ରିଲିଫ୍ ଦେବା ପାଇଁ କେନ୍ଦ୍ର ସରକାର ୧୦୧.୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/gate.jpg)