ମୁମ୍ବାଇ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂହଙ୍କ ଅଭିଯୋଗକୁ ଆଧାର କରି ୧୫ ଦିନ ମଧ୍ୟରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ ଲାଗି ଆଜି ମୁମ୍ବାଇ ହାଇକୋର୍ଟ ‘ସିବିଆଇ’କୁ ଆଦେଶ ଦେଇଛନ୍ତି।
ପରମବୀର ସିଂହ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନିକଟରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଏବଂ ବେଆଇନ ବଦଳି ସମେତ କେତେଗୁଡ଼ିଏ ଅଭିଯୋଗ କରିଥିଲେ। ତାଙ୍କ ପିଟିସନ୍କୁ ଭିତ୍ତି କରି ଏହି ତଦନ୍ତ କରାଯିବ।
Image Courtesy of NDTVମହାରାଷ୍ଟ୍ରର ଗୃହମନ୍ତ୍ରୀଙ୍କ ବିରୋଧରେ ସେ କରିଥିବା ଅଭିଯୋଗକୁ ଆଧାର କରି କାହିଁକି ‘ଏଫ୍ଆଇଆର୍’ ଫାଇଲ୍ କରାଗଲା ନାହିଁ ବୋଲି ପୂର୍ବ ଶୁଣାଣିରେ ହାଇକୋର୍ଟ ପରମବୀର ସିଂହଙ୍କୁ ଥରକୁ ଥର ପଚାରିଥିଲେ।
ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ସିଜେ ଦତ୍ତ ପଚାରିଥିଲେ, ଆପଣ ଜଣେ ପୁଲିସ କମିସନର୍, ଆପଣଙ୍କ ପାଇଁ କାହିଁକି ଆଇନକୁ ଆଡ଼େଇ ଦିଆଯିବ? ପୁଲିସ ଅଧିକାରୀ, ମନ୍ତ୍ରୀ ଏବଂ ରାଜନେତାମାନେ କ’ଣ ଆଇନର ଊର୍ଦ୍ଧ୍ୱରେ? ଆପଣ କ’ଣ କହୁଛନ୍ତି କି, ଆପଣ ଆଇନର ଊର୍ଦ୍ଧ୍ୱରେ?
ଗୃହମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବୋଲି କ’ଣ ଆଇନକୁ ଆଡ଼େଇ ଦିଆଯିବ। ଯଦି ଜଣେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଥିବେ, କିଏ ତଦନ୍ତ କରିବ? ବାହାରୁ କେହି ‘ସୁପର୍ ପାଓ୍ଵାର୍’ ଆସୁ ବୋଲି ଆପଣ ଚାହୁଁଛନ୍ତି କି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/maharastra.jpg)