ମୁମ୍ବାଇ: ଜଣେ ୧୭ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କୁ ତାଙ୍କର ୨୫ ସପ୍ତାହର ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ୍ କେକେ ଟାଟେଡ୍ ଓ ମିଲିନ୍ଦ ଯାଦବ ମଙ୍ଗଳବାର ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରି ଗର୍ଭପାତ ଅନୁମତି ଦେଇଛନ୍ତି। ପୀଡ଼ିତାଙ୍କ ବାପା ଅଦାଲତରେ ଅନୁମତି ପାଇଁ ନିବେଦନ କରିଥିଲେ।
ପୀଡ଼ିତାଙ୍କ ବାପାଙ୍କ କହିବାନୁସାରେ ନାବାଳିକା ଜଣକ ଦୁଷ୍କର୍ମ ପୀଡ଼ିତା। ତାଙ୍କର ଦୁଷ୍କର୍ମ ପରେ ମୁମ୍ବାଇର ଭୋକଲା ପୁଲିସ୍ ଷ୍ଟେସନ୍ରେ ଏମ ମାମଲା ରୁଜୁ କରାଯାଇଥିଲା।
ନିୟମ ଅନୁସାରେ କୌଣସି ଯୁବତୀ କିମ୍ବା ମହିଳାଙ୍କୁ ୨୦ ସପ୍ତାହରୁ ପରେ ଗର୍ଭପାତ ଅନୁମତି ନାହିଁ। ସେପରି କୌଣସି ପରିସ୍ଥିତି ଉପୁଜିଲେ ଅଦାଲତଙ୍କ ଅନୁମତିକ୍ରମେ ଗର୍ଭପାତ କରାଯାଇଥାଏ।
/sambad/media/post_attachments/wp-content/uploads/2020/07/jpg_710x400xt-300x169.jpg)
Asianet Newsable
ପୀଡ଼ିତା ଯୁବତୀଙ୍କର ଶାରୀରିକ ଓ ମାନସିକ ଅବସ୍ଥା ଠିକ୍ ରହୁନାହିଁ ବୋଲି ଦର୍ଶାଇ ତାଙ୍କ ବାପା ଅଦାଲତରେ ଗର୍ଭପାତ ପାଇଁ ଅନୁମତି ଚାହିଁଥିଲେ। ସବୁ କିଛି ବିଚାର କରିବା ପରେ ବିଚାରପତିମାନେ ପୀଡ଼ିତାଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି।
ଗତ ସପ୍ତାହରେ ଅଦାଲତ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ମୁମ୍ବାଇର କେଇଏମ୍ ହସ୍ପିଟାଲ୍ର ଡାକ୍ତରୀ ଟିମ୍କୁ କୋର୍ଟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇ ଏକ ରିପୋର୍ଟ ମାଗିଥିଲେ। ଡାକ୍ତରୀ ଟିମ୍ ରିପୋର୍ଟ ପ୍ରଦାନ କରି କହିଛନ୍ତି ଯଦି ପିଲାର ପ୍ରସବ କରାଯାଉଛି ତେବେ ଏକ ସୁସ୍ଥ ଶିଶୁ ଜନ୍ମ ହେବ। ଏବେ ପରିବାର ଲୋକଙ୍କ ଉପରେ ନିର୍ଭର କରୁଛି ସେମାନେ ପିଲାଟିକୁ ଜନ୍ମ ଦେବାକୁ ଚାହାନ୍ତି କିମ୍ବା ତା’ର ଗର୍ଭପାତ କରିବାକୁ ଚାହାନ୍ତି।