ଦିବ୍ୟାଙ୍ଗମାନଙ୍କ ଯାତ୍ରା ସହଜ କରିବାକୁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଦିବ୍ୟାଙ୍ଗମାନଙ୍କ ପାଇଁ ରେଳ ଯାତ୍ରା ଆହୁରି ସହଜ କରିବାକୁ ଖୁବ୍‌ ଶୀଘ୍ର କିଛି ବିକଳ୍ପ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବମ୍ବେ ହାଇକୋର୍ଟ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଦାଲତ ଦେଇଥିବା ନିର୍ଦ୍ଦେଶର ଉତ୍ତରରେ ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ଟ୍ରେନ୍‌କୁ ଅଟକାଇ ରଖିବାର ସମୟ ବଢ଼ାଇବା ବା କୋଚ୍‌ଗୁଡ଼ିକୁ ଦିବ୍ୟାଙ୍ଗମାନଙ୍କ ଅନୁସାରେ ପୁର୍ନନିର୍ମାଣ କରିବା ସମ୍ଭବ ନୁହେଁ। ନିକଟ ଅତୀତରେ ଅଦାଲତ ଦିବ୍ୟାଙ୍ଗମାନଙ୍କୁ ଦୃଷ୍ଟିରେ ରଖି ଟ୍ରେନ୍‌କୁ ପ୍ରତି ଷ୍ଟେସନ୍‌ରେ ଆଉ କିଛି ସମୟ ଅଟକାଇ ରଖିବାକୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ଅଦାଲତ ଦିବ୍ୟାଙ୍ଗମାନେ କିପରି ଟ୍ରେନ୍‌କୁ ସୁବିଧାରେ ଉଠିପାରିବେ ବୋଲି ଚିନ୍ତା କରି ପ୍ରତି କୋଚ୍‌ରେ ର‍୍ୟାମ୍ପ ପକାଇବାକୁ ପରାମର୍ଶ ଦେଇଥିଲେ। ରେଳବାଇ ପକ୍ଷରୁ ଏହାକୁ ନେଇ ଲିଖିତ ଆକାରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଦିବ୍ୟାଙ୍ଗମାନଙ୍କ ଗାଡ଼ି ଉଠିବା ପାଇଁ ପଡୁଥିବା ର‍୍ୟାମ୍ପ ଏବେ ପଡ଼ିବା ସମ୍ଭବ ନୁହେଁ। ସେଥିପାଇଁ ଟ୍ରେନ୍‌ର ଜିଜାଇନ୍‌ ବଦଳାଇବାକୁ ପଡ଼ିବ। ବର୍ତ୍ତମାନ ପରିସ୍ଥିତିରେ ସେପରି ଡିଜାଇନ୍‌ ନାହିଁ।

photo-india rail info

ବର୍ତ୍ତମାନ ଗୋଟିଏ ଟ୍ରେନ୍‌ ଷ୍ଟେସନ୍‌ରେ ୨୦ ରୁ ୩୦ ସେକେଣ୍ଡ୍‌ ଭିତରେ ରହୁଛି। ଯଦି ଅଦାଲତଙ୍କ କହିବା ଅନୁସାରେ ଟ୍ରେନକୁ ଅଟକାଇବା ସମୟ ଟିକେ ବଢ଼ାଯାଏ ତେବେ ଅତିକମରେ ୧୧ ପ୍ରତିଶତ ସେବା ବାଧାପ୍ରାପ୍ତ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର