ମୁମ୍ବାଇ : ମୁମ୍ବାଇରେ ଏକ କୋଭିଡ୍ କେୟାର ସେଣ୍ଟର୍କୁ ପରୀକ୍ଷା କେନ୍ଦ୍ରରେ ପରିଣତ କରିବାପାଇଁ ଚାଲିଥିବା ପ୍ରୟାସକୁ ଆଜି ଝଟ୍କା ଲାଗିଛି। ଏଭଳି ପଦକ୍ଷେପ ବିପଜ୍ଜନକ ଥିବାରୁ ଏଥିପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଶୁଶ୍ରୂଷା ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ କଲେଜ୍କୁ କୋଭିଡ୍ ସେଣ୍ଟର କରାଯାଇଛି। ତେବେ କଲେଜ୍ର ନର୍ସିଂ ପରୀକ୍ଷା ସେପ୍ଟେମ୍ବର ୮ରେ କରିବାପାଇଁ ନିଷ୍ପତ୍ତି ନିଆଯିବା ପରେ କର୍ତ୍ତୃପକ୍ଷ ଏଠାରୁ କୋଭିଡ୍ ସେଣ୍ଟର ହଟାଇ ଦିଆଯିବା ଏବଂ ତୁରନ୍ତ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଦାବି କରି ହାଇକୋର୍ଟ୍ ଯାଇଥିଲେ। କୋଭିଡ୍ ସେଣ୍ଟରକୁ ଭଲଭାବେ ସାନିଟାଇଜ୍ କରାଯିବା ସହ ଏହାକୁ ସମ୍ପୂର୍ଣ୍ଣ ଭାଇରସ୍ ମୁକ୍ତ କରିବାପାଇଁ ପଦକ୍ଷେପ ନିଆଯିବ ଏବଂ ଏହାପରେ ଏହାକୁ ପରୀକ୍ଷା କେନ୍ଦ୍ରରେ ପରିଣତ କରାଯିବ ବୋଲି ଆବେଦନକାରୀ ଦର୍ଶାଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ହାଇକୋର୍ଟ ପ୍ରଶାସନର ଯୁକ୍ତିକୁ ଗ୍ରହଣ କରି ନର୍ସିଂ କଲେଜ୍ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
କୋଭିଡ୍ ସେଣ୍ଟର୍ରେ ପରୀକ୍ଷା ପାଇଁ ଅନୁମତି ଦେଲେନି ବମ୍ବେ ହାଇକୋର୍ଟ
/sambad/media/post_attachments/wp-content/uploads/2019/05/bombay-high-court_650x450_61429021549.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)