ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଆଜି କହିଛନ୍ତି, ମୁସ୍ଲିମ ପୁରୁଷ ଏକାଧିକ ବିବାହ ପଂଜୀକରଣ କରିପାରିବେ। ସେମାନଙ୍କ ବ୍ୟକ୍ତିଗତ ଆଇନ ସେମାନଙ୍କୁ ଏକ ସମୟରେ ୪ଟି ପତ୍ନୀ ରଖିବାର ଅଧିକାର ଦେଇଥିବାରୁ ମୁସଲମାନ ବ୍ୟକ୍ତି ଏକାଧିକ ବିବାହ ପଂଜୀକରଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ୨୦୨୩ ଫେବ୍ରୁଆରିରେ ଆଲଜେରିଆର ଜଣେ ମହିଳାଙ୍କ ସହ ନିଜର ତୃତୀୟ ବିବାହକୁ ପଂଜୀକରଣ କରିବାପାଇଁ ଚାହିଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କ ଆବେଦନ ମହାରାଷ୍ଟ୍ରରେ ବିବାହ ଆଇନ ଆଧାରରେ ଖାରଜ ହେବାପରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କର ଏହି ଆବେଦନର ଶୁଣାଣି କରି ଆଜି ଏହି ରାୟ ଦେଇଛନ୍ତି।
ଉକ୍ତ ମୁସଲମାନ ବ୍ୟକ୍ତି ଥାନେ ପୌର ନିଗମରୁ ବିବାହ ସାର୍ଟିଫିକେଟ୍ ଚାହିଥିଲେ। କିନ୍ତୁ ମହାରାଷ୍ଟ୍ର ବିବାହ ପଂଜୀକରଣ ଆଇନ ଅଧୀନରେ ଥାନେ ପୌର ନିଗମ ତାଙ୍କୁ ବିବାହ ସାର୍ଟିଫିକେଟ୍ ଦେବାପାଇଁ ମନା କରିଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/judgement.jpg)