ବିନା ପ୍ରମାଣରେ ସ୍ୱାମୀଙ୍କୁ ମଦୁଆ ଓ ଚରିତ୍ରହୀନ କହିବା ନିଷ୍ଠୁରତା: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ମଦୁଆ ବୋଲି ଦର୍ଶାଇବା ନିଷ୍ଠୁରତା ବୋଲି କୋର୍ଟ କହିଛନ୍ତି | ଆଜି ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀଙ୍କୁ ମଦ୍ୟପ ଏବଂ ଚରିତ୍ରହୀନ ବୋଲି ଦର୍ଶାନ୍ତି ତେବେ ଏହାକୁ ନିଷ୍ଠୁରତା ବୋଲି କୁହାଯିବ | ହାଇକୋର୍ଟ ଫ୍ୟାମିଲି କୋର୍ଟର ରାୟକୁ ସମର୍ଥନ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଜଷ୍ଟିସ୍ ନିତିନ ଜାମଦାର ଏବଂ ଶର୍ମିଲା ଦେଶମୁଖଙ୍କ ଖଣ୍ଡପୀଠ ୫୦ ବର୍ଷୀୟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ତାଙ୍କ ପିଟିସନରେ ମହିଳା ପୁଣେରେ ଥିବା ପରିବାର କୋର୍ଟର ଆଦେଶକୁ ଖାରଜ କରିବାକୁ କହିଥିଲେ। ନଭେମ୍ବର ୨୦୦୫ରେ ଫ୍ୟାମିଲି କୋର୍ଟ ଏହି ରାୟ ଦେଇଥିଲେ |

ପିଟିସନ ମୁତାବକ ମହିଳା ଜଣକ ଜଣେ ସେନା ଅଧିକାରୀଙ୍କୁ ବିବାହ କରିଥିଲେ। ହାଇକୋର୍ଟରେ ଯେତେବେଳେ ଏହି ମାମଲା ପହଞ୍ଚିଥିଲା, ସେହି ସମୟରେ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳା ଜଣକ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଏବଂ ଚରିତ୍ରହୀନ, ଯେଉଁଥିପାଇଁ ତାଙ୍କୁ ବୈବାହିକ ଜୀବନର ମୋୖଳିକ ଅଧିକାର ମଧ୍ୟ ମିଳିନଥିଲା। ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି ଯେ ମହିଳା ଜଣକ କୌଣସି ପ୍ରମାଣ ବିନା ତାଙ୍କ ସ୍ୱାମୀଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରିଛନ୍ତି ଏବଂ ସମାଜରେ ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି |

ତେଣୁ ଏହି ମାମଲା ମହିଳାଙ୍କ ନିଷ୍ଠୁରତାକୁ ଦର୍ଶାଉଛି | କୋର୍ଟ କହିଛନ୍ତି ଯେ ମହିଳା ତାଙ୍କ ଅଭିଯୋଗକୁ ପ୍ରମାଣ କରିବା ପାଇଁ କୌଣସି ପ୍ରମାଣ ଦେଇନାହାଁନ୍ତି। ଏଥିସହିତ ମହିଳାଙ୍କ ସ୍ୱାମୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ ମହିଳାଙ୍କର ଏଭଳି ବାରମ୍ବାର ଅଭିଯୋଗ ହେତୁ ସେ ଅବସାଦଗ୍ରସ୍ତ ହୋଇଥିଲେ। ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ମାନସିକ ସ୍ତରରେ ନିର୍ଯାତିତ ହୁଏ ଓ ସେ ଏକାଠି ରହିବାକୁ ସାହସ କରିପାରେ ନାହିଁ, ସେତେବେଳେ ଏହା କ୍ରୁରତା ଭାବରେ ଦେଖାଯାଇଥାଏ |

ସମ୍ବନ୍ଧିତ ଖବର