ଯୌନ ଶୋଷଣ ଉଦ୍ଦେଶ୍ୟ ବିନା କୌଣସି ଝିଅର ଗାଲ ଛୁଇଁବା ଅପରାଧ ନୁହେଁ: ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଜଣେ ଆଠ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି | ଜାମିନ ପ୍ରଦାନ କରି କୋର୍ଟ କହିଛନ୍ତି ଯେ ଯୌନ ଶୋଷଣର ଉଦ୍ଦେଶ୍ୟ ନଥାଇ କୌଣସି ବାଳିକାର ଗାଲକୁ ଛୁଇଁବା ଅପରାଧ ନୁହେଁ। ଜଷ୍ଟିସ୍ ସନ୍ଦୀପ ସିନ୍ଦେଙ୍କର ଖଣ୍ଡପୀଠ ଅଗଷ୍ଟ ୨୭ ରେ ଅଭିଯୁକ୍ତ ମହମ୍ମଦ ଅହମ୍ମଦ ଉଲ୍ଲାଙ୍କୁ ଜାମିନ ପ୍ରଦାନ କରିଛନ୍ତି | ଜୁଲାଇ ୨୦୨୦ରେ ଥାନେ ଜିଲ୍ଲା ଅନ୍ତର୍ଗତ ରାବୋଡି ପୁଲିସ ଅହମ୍ମଦ ଉଲ୍ଲାଙ୍କୁ ଗିରଫ କରିଥିଲା । ହାଇକୋର୍ଟ କହିଛନ୍ତି ଯେ ଯୌନ ଶୋଷଣ ଉଦ୍ଦେଶ୍ୟ ବିନା କାହାର ଗାଲକୁ ଛୁଇଁବା ଯୌନ ଶୋଷଣର ଅପରାଧ ଅଧୀନରେ ଆସେନାହିଁ |

ଜଷ୍ଟିସ ସିନ୍ଦେ କିନ୍ତୁ ଏହି ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ରାୟକୁ ଏହି ମାମଲାରେ ଜାମିନ ପାଇଁ ଦିଆଯାଇଥିବା ମତାମତ ଭାବରେ ବୁଝାଯିବା ଉଚିତ୍ ଏବଂ ଅନ୍ୟ ମାମଲାର ଶୁଣାଣିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅଭିଯୋଗ ଅନୁଯାୟୀ, ଉଲ୍ଲା ତାଙ୍କ ଦୋକାନ ଭିତରକୁ ଜଣେ ୮ ବର୍ଷର ବାଳିକାକୁ ଡାକିଥିଲେ |

ଆଉ ସେ ବାଳିକାଙ୍କ ଗାଲକୁ ଛୁଇଁଥିଲେ ଏବଂ ଟ୍ରାଉଜର ଖୋଲିବାକୁ ଯାଉଥିବାବେଳେ ଜଣେ ମହିଳା ସେଠାରେ ପହଞ୍ଚି ଯାଇଥିଲେ | ଆଉ ବାଳିକାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା | ଏହି ଘଟଣାରେ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ଉଲ୍ଲାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର