ଦେହ ବ୍ୟବସାୟ କୌଣସି ଅପରାଧ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଦେହ ବ୍ୟବସାୟରେ ସାମିଲ ୩ ଜଣ ମହିଳାଙ୍କ ସହ ଜଡିତ ଏକ ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ଗୁରୁବାର ଦିନ ଏକ ମାମଲାର ଶୁଣାଣି କରି ଅଦାଲତ ତିନି ଜଣ ଦେହଜୀବୀଙ୍କୁ କେବଳ ମୁକ୍ତ କରିନାହାନ୍ତି ବରଂ କହିଛନ୍ତି ଯେ ଦେହ ବ୍ୟବସାୟ ଆଇନ ଦୃଷ୍ଟିକୋଣରୁ ଅପରାଧ ନୁହେଁ | ଅଦାଲତ କହିଛନ୍ତି ଯେ ଜଣେ ମହିଳାଙ୍କର ଅଧିକାର ରହିଛି ଯେ ସେ କେଉଁ ପେସାକୁ ଚୟନ କରିବେ ଓ ତାଙ୍କର ବିନା ଅନୁମତିରେ ତାଙ୍କୁ ପୁଲିସ ହେପାଜତକୁ ନିଆଯାଇପାରିବନାହିଁ |

ଜଷ୍ଟିସ ପୃଥ୍ୱୀରାଜ ଚୌହାନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଇମ୍ମୋରାଲ ଟ୍ରାଫିକିଂ (ପ୍ରିଭେନସନ) ଆକ୍ଟ (ପିଟା)ରେ ଉଲ୍ଲେଖ ନାହିଁ ଯେ ଦେହ ବ୍ୟବସାୟରେ ସାମିଲ ହେବା କୌଣସି ଅପରାଧର ଅନ୍ତର୍ଭୁକ୍ତ | ଏଥିରେ ସମ୍ପୃକ୍ତଙ୍କୁ କୌଣସି ଦଣ୍ଡ ଦେବା ବ୍ୟବସ୍ଥା ମଧ୍ୟ ନାହିଁ | ଅଦାଲତ କହିଛନ୍ତି ଯେ ବ୍ୟବସାୟ ପାଇଁ କୌଣସି ମଣିଷକୁ ପ୍ରତାଡ଼ିତ କରିବା ଅପରାଧ ଶ୍ରେଣୀରେ ଆସିଥାଏ | ଅଦାଲତ ରାୟ ଦେବା ପରେ ୨୦,୨୨ ଓ ୨୩ ବର୍ଷର ତିନି ଜଣ ମହିଳାଙ୍କୁ ମୁକ୍ତ କରିଦେଇଛନ୍ତି |

Bombay High Court | Latest & Breaking News on Bombay High Court | Photos,  Videos, Breaking Stories and Articles on Bombay High Court
Photo-Money Control

ଏହି ତିନି ଜଣ ମହିଳାଙ୍କୁ ଦେହ ବ୍ୟବସାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା | ୨୦୧୯ ମସିହା ସେପ୍ଟେମ୍ବର ମାସରେ ମୁମ୍ବାଇ ପୁଲିସର ସ୍ପେଶାଲ ବ୍ରାଞ୍ଚ ଏମାନଙ୍କୁ ନକଲି ଗ୍ରାହକ ସାଜି  ଗିରଫ କରୁଥିଲା | ଏହା ପରେ ସ୍ଥାନୀୟ କୋର୍ଟ ତିନି ଜଣଙ୍କୁ ମହିଳା ହଷ୍ଟେଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ | ଯାହାକୁ ଚ୍ୟାଲେଞ୍ଜ କରି ତିନି ଜଣ ମହିଳା ହାଇକୋର୍ଟକୁ ଯାଇଥିଲେ | ଆଉ ହାଇକୋର୍ଟ ଏହାର ବିଚାର କରି ଏମାନଙ୍କୁ ମୁକ୍ତ କରିବାକୁ ରାୟ ଦେବା ସହ ତିନି ଜଣ ମହିଳା ସାବାଳିକା ହୋଇଥିବାରୁ ଦେଶର ଯେ କୌଣସି ସ୍ଥାନରେ ରହିବାକୁ ଓ ନିଜ ପେସା ବାଛିବାକୁ ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ରାୟ ଦେଇଛନ୍ତି |

ସମ୍ବନ୍ଧିତ ଖବର