ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍ ମିଳିବ ନାଁ ହେବ ଜେଲ। କ’ଣ ରହିଛି ତାଙ୍କ ଭାଗ୍ୟରେ? ଆଜି ତାଙ୍କ ତାଙ୍କ ଭାଗ୍ୟ ନିଦ୍ଧାରଣ କରିବେ ବମ୍ବେ ହାଇକୋର୍ଟ। ଜାମିନ ପାଇ ଘରକୁ ଯିବେ ନା ପୁଣି ଜେଲ ଭିତରେ ବନ୍ଦ ହେବେ ରିୟା, ସେ ନେଇ ଆଜି ବମ୍ବେ ହାଇକୋର୍ଟ କରିବ ଶୁଣାଣି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି) ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିୟା ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ । ଡ୍ରଗ୍ସ କାରବାରରେ ତାଙ୍କର ସଂପୃକ୍ତି ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ଖାରଜ ହେବାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ଗତକାଲି ଏହି ମିଆଦ ଶେଷ ହେବାପରେ ପୁଣି ଅକ୍ଟୋବର ୬ ତାରିଖ ଯାଏଁ ବିଚାର ବିଭାଗୀୟ ମିଆଦ ବୃଦ୍ଧି କରାଯାଇଛି । ଏନସିବିର ପଚରା ଉଚରା ବେଳେ ଉଭୟ ରିୟା ଓ ସୌଭିକ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତଙ୍କ ପାଇଁ ସେମାନେ ଡ୍ରଗ୍ସ କିଣୁଥିଲେ । ତେବେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରିୟା ନିଜେ ଡ୍ରଗ୍ସ ନେଉଥିବା କହିଛନ୍ତି । କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟାକୁ ଦେଖି ଧିରେଧିରେ ଦୂରେଇ ଯାଇଥିଲେ । କେଦାରନାଥ ଫିଲ୍ମର ସୁଟିଂବେଳେ ସୁଶାନ୍ତ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିବା ସେମାନେ ଏନସିବିକୁ ସୂଚନା ଦେଇଛନ୍ତି ।
/sambad/media/post_attachments/wp-content/uploads/2020/09/t-191-300x212.jpg)
ଏପରିକି ରିୟାଙ୍କର କିଛି ହ୍ୱାଟ୍ସଆପ ଚାଟକୁ ହାତରେ ଲାଗିବା ପରେ, ଡ୍ରଗ୍ସ କାରବାରରେ ସଂପୃକ୍ତ ବଲିଉଡର କିଛି ବଡବଡ ଚେହେରାଙ୍କୁ ନେଇ ଏନସିବି ହାତରେ ପ୍ରମାଣ ଲାଗିଛି । ଏହାକୁ ଛନଭିନ କରି ଏନସିବି ତାର ତଦନ୍ତ ଆଗକୁ ବଢାଉଛି । ରିୟାଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି ।