କଲମ୍ବୋ ବିସ୍ଫୋରଣଙ୍କ ଅନ୍ୟତମ ବିସ୍ଫୋରଣକାରୀ ମହମ୍ମଦ ମୁବାରକ ଆଜାନ ୨୦୧୭ ମସିହାରେ ୨ ଥର ଭାରତ ଆସିଥିଲା

କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ବିସ୍ଫୋରଣ ଘଟାଇଥିବା ୯ ବିସ୍ଫୋରଣକାରୀଙ୍କ ମଧ୍ୟରୁ ମହମ୍ମଦ ମୁବାରକ ଆଜାନ ଅନ୍ୟତମ। ତେବେ, ପୂର୍ବରୁ ୨୦୧୭ ମସିହାରେ ମୁବାରକ ଆଜାନ ଦୁଇ ଦୁଇ ଥର ଭାରତ ଆସି ସାରିଛି ବୋଲି ଭାରତୀୟ ତଦନ୍ତକାରୀ ସୂଚନା ଦେଇଛନ୍ତି।

ଭାରତକୁ ଆସିଥିବା ସୁରକ୍ଷା ଏଜେନ୍ସି ଚିହ୍ନଟ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଆଜାନ ହେଉଛି ଦ୍ୱିତୀୟ। ତେବେ, ଏହି ବିସ୍ଫୋରଣରେ ମୁଖ୍ୟ ଭୂମିକ ନିଭାଇଥିବା ଜହରନ ହସିମକୁ ମଧ୍ୟ ସୁରକ୍ଷା ଏଜେନ୍ସି ଚିହ୍ନଟ କରିଥିବା ଜାଣିବାକୁ ମିଳିଛି।

ଗତ ଏପ୍ରିଲ୍‌ ୨୧ରେ କଲମ୍ବୋର ତନୋଟି ଚର୍ଚ୍ଚରେ ହୋଇଥିବା ବିସ୍ଫୋରଣ ଭିତରୁ ଗୋଟାଏ ଚର୍ଚ୍ଚର ବିସ୍ଫୋରଣ ମହମ୍ମଦ ମୁବାରକ ଆଜାନ ଘଟାଇଥିବା ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି।

୨୦୧୭ ମସିହାରେ ଆଜାନ କାହିଁକି ଭାରତ ଆସିଥିଲା? ଭାରତ ଆସିବା ପଛରେ କି ଉଦ୍ଦେଶ୍ୟ ରହିଥିଲା? ତାହା ତଦନ୍ତକାରୀ ଦଳ ତଦନ୍ତ କରି ଜଣାଇବେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛଛୁ ଯେ, ସେ କେବଳ ଭାରତକୁ ଆସି ନ ଥିଲା ବରଂ କିଛି ମାସ ରହି କରି ମଧ୍ୟ ଯାଇଥିଲା।

ଉଲ୍ଳେଖଯୋଗ୍ୟ, ଗତ ୨୧ ତାରିଖରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ହୋଇଥିବା ୮ ସିରିଜ୍‌ ବିସ୍ଫୋରଣରେ ୨୫୦ ଲୋକଙ୍କ ଜୀବନ ଯାଇଥିଲା ଓ ୫୦୦ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର