ସ୍ବାମୀଙ୍କ ବାପା-ମା’ଙ୍କୁ ଭରଣପୋଷଣ ଦେବା ପାଇଁ ବୋହୂ ଦାୟୀ ନୁହେଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ : ବମ୍ବେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ଜଣେ ବୋହୂ ସ୍ବାମୀଙ୍କ ବାପା ମା’ଙ୍କ ଭରଣପୋଷଣ ପାଇଁ ଦାୟୀ ନୁହନ୍ତି। ‌ ପୁଅ ବାପା ମା’ଙ୍କ ଭରଣପୋଷଣ ଦାୟିତ୍ବ ନେବ। ବୋହୂ ଉପରେ ଏହା ଲଦି ଦିଆଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଗୋଟଏ ପରିବାରରେ ବୃଦ୍ଧ ବାପା ମା’ ସେମାନଙ୍କ ପୁଅ ଏବଂ ବୋହୂଙ୍କ ଦ୍ବାରା ଅବ‌ହେଳିତ ହୋଇଥିବା ନେଇ କୋର୍ଟରେ ଆବେଦନ କରିଥିଲେ । ସେମାନେ ୱେଲଫେୟାର ଅଫ୍‌ ପ୍ୟାରେଣ୍ଟ୍‌ସ ଆଣ୍ଡ୍‌ ସିନିଅର ସିଟିଜେନ୍ସ ଟ୍ରିବ୍ୟୁନାଲ୍‌ରେ ପୁଅ-ବୋହୂଙ୍କ ବିରୋଧରେ ଆବେଦନ କରିବା ସହ ସେମାନେ ଘର ଛାଡ଼ି ଦେବାକୁଦାବି କରିଥିଲେ। ଏଥିସହ ନିଜର କୌଣସି ରୋଜଗାର ନଥିବାରୁ ସେମାନଙ୍କ ଠାରୁ ଭରଣପୋଷଣ ଖର୍ଚ୍ଚ ମାଗିଥିଲେ। ଟ୍ରିବ୍ୟୁନାଲ୍‌ ପୁଅ-ବୋହୂଙ୍କ ବିରୋଧରେ ରାୟ ଦେବା ସହ ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ଏ ବା ବାବଦରେ ଦେବାପାଇଁ କହିଥିଲେ। କିନ୍ତୁ ଟ୍ରିବ୍ୟୁନାଲ୍‌ଙ୍କ ରାୟ ବିରୋଧରେ ବୋହୂ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ସ୍ବାମୀଙ୍କ ବାପା ମା’ଙ୍କୁ ଭରଣପୋଷଣ ଦେବାପାଇଁ ବୋହୂ ଦାୟୀ ନୁ‌ହେଁ। ପୁଅ ନିଜ ବାପା ମା’ଙ୍କ ଭରଣପୋଷଣ ଦାୟିତ୍ବ ନେଇପାରିବ।

ସମ୍ବନ୍ଧିତ ଖବର