ନୂଆଦିଲ୍ଲୀ: ଜିବାସ୍ମ ବାବଦରେ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନଙ୍କୁ ଏକ ବଡ ସଫଳତା ମିଳିଛି | ଫ୍ରାନ୍ସର ଅନୁସନ୍ଧାନକାରୀ ଟିମ ଏକ ବିଶାଳକାୟ ଡାଇନୋସରର ହାଡ଼କୁ ଉଦ୍ଧାର କରିଛନ୍ତି | ଏହି ହାଡଟିର ଲମ୍ବା ୬.୫ ଫୁଟ ହୋଇଥିବାବେଳେ ଏହାର ଓଜନ ୫୦୦ କିଲୋ ରହିଛି | ଏହି ଦୁର୍ଲଭ ହାଡ ମିଳିଥିବାରୁ ଡାଇନୋସର ବାବଦରେ ଅନୁସନ୍ଧାନ କରୁଥିବା ବୈଜ୍ଞାନିକଙ୍କ ପାଇଁ ଏହା ଗବେଷଣାରେ ସାହାଯ୍ୟ କରିବ ବୋଲି ଜଣାପଡିଛି |

Advertisment

publive-image Photo-AAJTAK

ଫ୍ରାନ୍ସର ଚାରେଣ୍ଟରେ ନ୍ୟାସନାଲ ମ୍ୟୁଜିୟମ ଅଫ ନେଚୁରାଲ ହିଷ୍ଟ୍ରୀ ପକ୍ଷରୁ ମାଟି ଖୋଳାଯାଉଥିବାବେଳେ ଏହି ହାଡଟିକୁ ଉଦ୍ଧାର କରାଯାଇଥିଲା | ଏହା ପରେ ପରୀକ୍ଷା କରାଯିବା ପରେ ହାଡଟି ୧୪ କୋଟି ବର୍ଷ ପୁରୁଣା ବୋଲି ଜଣାପଡିଛି | ଏହି ହାଡଟି ଶାକାହାରୀ ଡାଇନୋସରର ବୋଲି ଜିବାସ୍ମ ଅନୁସନ୍ଧାନ କରୁଥିବା ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି |

publive-image Photo-aajtak

ବର୍ତ୍ତମାନ ଯାଏଁ ଏହି ଦଳକୁ ୭୫୦୦ ଟି ହାଡ ମିଳିସାରିଲାଣି | ୨୦୧୦ ମସିହାରୁ ଚାରେଣ୍ଟରେ ମାଟି ଖୋଳାଯାଇ ୪୦ଟି ପ୍ରଜାତିର ଡାଇନୋସରଙ୍କର ହାଡ ଉଦ୍ଧାର କରାସରିଲାଣି |