ସାମ୍ବାଦିକଙ୍କ ପୁସ୍ତକରେ ଚାଞ୍ଚଲ୍ୟକର ଖୁଲାସା: ପୁତିନ୍‌ଙ୍କ ପୂର୍ବତନ ପ୍ରେମିକା ଥିଲେ ‘ର’ ଏଜେଣ୍ଟ; ଏଡାଇ ହୋଇଥାନ୍ତା ସଂସଦ ଆକ୍ରମଣ!

ନୂଆଦିଲ୍ଲୀ: ସାମ୍ବାଦିକ ୟତୀଶ ଯାଦବଙ୍କ ଲିଖିତ ଏକ ପୁସ୍ତକକୁ କେନ୍ଦ୍ର କରି ଏବେ ଦେଶ ତଥା ବିଦେଶରେ ହଇଚଇ ସୃଷ୍ଟି ହୋଇଛି। ନିଜ ଦ୍ୱାରା ଲିଖିତ ଏକ ପୁସ୍ତକରେ ସମ୍ବାଦିକ ୟତୀଶ ଏକ ଚାଞ୍ଚଲ୍ୟକର ଖୁଲାସା କରି ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ (ର), ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ପ୍ରେମିକାଙ୍କୁ ନିଜର ଏଜେଣ୍ଟ ଭାବରେ ନିଯୁକ୍ତ କରିଛି ଏବଂ ସଂସଦ ଆକ୍ରମଣକୁ ରୋକାଯାଇ ପାରିଥାନ୍ତା।
ସାମ୍ବାଦିକ ୟତୀଶ ତାଙ୍କ ପୁସ୍ତକରେ ଲେଖିଛନ୍ତି, ୧୯୮୦ ଦଶକର ଶେଷ ଭାଗରେ, ‘ର’ ତତ୍କାଳୀନ ସୋଭିଏତ୍‌ ୟୁନିଅନରେ ଦୁଇଜଣ ଏଜେଣ୍ଟଙ୍କୁ ନିଯୁକ୍ତ କରିବାରେ ସଫଳ ହୋଇଥିଲା। ଏହି ଏଜେଣ୍ଟମାନଙ୍କ ମଧ୍ୟରୁ ଜଣେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ପ୍ରେମିକା ଥିଲେ। ଭାରତର ବାହ୍ୟ ଗୁପ୍ତଚର ଏଜେନ୍‌ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ (ର) ଦ୍ୱାରା ତତ୍କାଳୀନ ସୋଭିଏତ ୟୁନିଅନରେ ନିଯୁକ୍ତ ଏହି ଦୁଇଜଣ ଏଜେଣ୍ଟ ଅନେକ ଗୂଢ଼ ସୂଚନା ପ୍ରଦାନ କରିବାକୁ ଆଗେଇ ଆସିଥିଲେ। ଏହି ଏଜେଣ୍ଟମାନେ ବୋଧହୁଏ ଏଡ୍‌ଓ୍ଵାର୍ଡ ଆମ୍ବ୍ରୋସିୟେଭିଚ୍‌ ଶେଭର୍ଡନାଡେଜେ, ମିଖାଇଲ ଗୋରବାଚୋଭଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଜର୍ଜିଆର ପରବର୍ତ୍ତୀ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ସର୍ବଶକ୍ତିମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଜଡିତ ଥିଲେ।

ସାମ୍ବାଦିକ ୟତୀଶ ଯାଦବଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ‘ର’ ଅଧୀନରେ ଭାରତର ‘ଗୁପ୍ତ ଅପରେସନ୍‌ ଇତିହାସ’ ବିଷୟରେ ଅନୁସନ୍ଧାନ କରାଯାଇଛି। ଏହି ପୁସ୍ତକରେ ସାମ୍ବାଦିକ ଯାଦବ ଜଣେ ନିର୍ଦ୍ଦିଷ୍ଟ ‘ର’ ଅଧିକାରୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାଙ୍କ ନାମ ଅଶୋକ ଖୁରାନା- ଯିଏକି ଦୁଇ ସୋଭିଏତ୍‌ ଏଜେଣ୍ଟଙ୍କ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପୁସ୍ତକରେ କାହାକୁ ଅସଲ ନାମ ଦ୍ୱାରା ଚିହ୍ନଟ କରାଯାଇ ନଥିବା ବେଳେ ସମସ୍ତଙ୍କୁ ସାଙ୍କେତିକ ନାମରେ ଚିହ୍ନିତ କରାଯାଇଛି। ତେବେ ଲେଖକ ୟତୀଶ ଯାଦବ ପର୍ଯ୍ୟାପ୍ତ ସୂଚନା ଦେଇଛନ୍ତି ଯେ ‘ର’ ଦ୍ୱାରା ନିଯୁକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏଡୁଆର୍ଡ ଶେଭର୍ଡନାଡଜେଙ୍କ ସାନ ଭାଇ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଭ୍ଲାଦିମିର ପୁଟିନଙ୍କ ପ୍ରେମିକା।
ଏହା କିପରି ଆରମ୍ଭ ହେଲା

India Today

ବୋଧହୁଏ ସୋଭିଏତ ୟୁନିଅନର ରାଷ୍ଟ୍ରପତି ମିଖାଇଲ୍‌ ଗୋର୍ବାଚେଭଙ୍କ ଭାରତ ଗସ୍ତ ସମୟରେ ଏହା ନଭେମ୍ବର ୧୯୮୮ରେ ଆରମ୍ଭ ହୋଇଥିଲା। ଏହି ଗସ୍ତ ସମୟରେ ୟତୀଶ ଯାଦବ ଲେଖିଛନ୍ତି ଯେ ‘ର’ର ‘ଅଶୋକ ଖୁରାନା’ ଗୋରବାଚୋଭ୍‌ଙ୍କ ସାଙ୍ଗରେ ଥିବା ରୁଷିଆର ଜଣେ ବରିଷ୍ଠ ରାଜନେତାଙ୍କ ସାନଭାଇ ‘ଆଲେକ୍ସଜାଣ୍ଡ୍ରେ’ଙ୍କୁ ଭେଟିଥିଲେ। ଏହି ଯାତ୍ରା ସମୟରେ ଗୋରବାଚୋଭ ତାଙ୍କ ବୈଦେଶିକ ମନ୍ତ୍ରୀ ଏଡୁଆର୍ଡ ଶେଭର୍ଡନାଡଜେଙ୍କ ସହ ଥିଲେ। କିଛି ମାସ ପରେ, ଆଲେକ୍ସଜାଣ୍ଡ୍ରେ ଅଶୋକ ଖୁରାନାଙ୍କୁ ଆନାସ୍ତାସିଆ କୋର୍କିଆକୁ ନେଇଯିବେ ବୋଲି କହିଥିବା ୟାତୀଶ ଯାଦବ ଲେଖିଛନ୍ତି। ଆନାସ୍ତାସିୟା ସୋଭିଏତ ଗୁପ୍ତଚର ଏଜେନ୍ସି କେଜିବିର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ। ସେ କହିଥିଲେ ଯେ ଯଦି ମୁଁ ସେଗୁଡ଼ିକ ବୁଝିଥା’ନ୍ତି, ତେବେ ଡିସେମ୍ବର ୨୦୦୧ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ରୋକି ପାରିଥା’ନ୍ତି।
ଯାଦବଙ୍କ ପୁସ୍ତକ ଅନୁଯାୟୀ ଅଶୋକ ଖୁରାନା ଉଭୟ ଆଲେକ୍ସଜାଣ୍ଡ୍ରେ ଏବଂ ଆନାସ୍ତାସିଆ କୋର୍କିଆଙ୍କ ସହ ସମ୍ପର୍କରେ ରହିଥିଲେ ଏବଂ ୧୯୮୯ ମସିହାର ଦ୍ୱିତୀୟାର୍ଦ୍ଧରେ ଉଭୟ ‘ର’ ଏଜେଣ୍ଟ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ଯାଦବ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ଜୁନ୍‌ ୧୯୯୦ରେ ବର୍ଲିନ୍‌ ପ୍ରାଚୀର ଭାଙ୍ଗିବାର ମାସକ ପୂର୍ବରୁ, ଖୁରାନାଙ୍କୁ ସୋଭିଏତ୍‌ ଏବଂ ଆମେରିକା ଦ୍ୱାରା ସଂଯୁକ୍ତ ଜର୍ମାନୀ ପାଇଁ ପ୍ରସ୍ତୁତ ରୋଡମ୍ୟାପ୍‌ ଯୋଗାଇ ଦିଆଯାଇଥିଲା। ଏହା ‘ଅପରେସନ୍‌ ଆଜାଲିଆ’ର ଆରମ୍ଭକୁ ଚିହ୍ନିତ କରିଥିଲା।

Nation

ଏହି ଅପରେସନ୍‌ ସମୟରେ, ‘ର’ ଜର୍ମାନୀର ପୁନଃ ମିଳନ ପାଇଁ ଆମେରିକା-ସୋଭିଏତ ଯୋଜନା, ଆଣବିକ ପରୀକ୍ଷଣ ତଥା ଆତଙ୍କବାଦ ବିରୋଧୀ ନୀତି ଉପରେ ତଥା ଚୀନ୍‌ ଏବଂ ପାକିସ୍ତାନ ପ୍ରତି ମସ୍କୋର ଦୃଷ୍ଟିକୋଣ ସଂପର୍କିତ ଗୂଢ଼ ସୂଚନା ପ୍ରଦାନ କରିବାରେ ସକ୍ଷମ ହୋଇଥିଲା।
ଅପରେସନ୍‌ ଆଜାଲିଆ, ୨୦୦୧ରେ ସମାପ୍ତ ହୋଇଥିଲା। ‘ଅଶୋକ ଖୁରାନା’ ପାଇଁ ଏହି ଅପରେସନ୍‌ ଉଭୟ ବୃହତ ବିଜୟ ଏବଂ ବିଫଳତାରେ ଶେଷ ହୋଇଥିଲା। ୟାତୀଶ ଯାଦବ ତାଙ୍କ ପୁସ୍ତକରେ ୨୦୦୪ରେ ବର୍ଲିନ୍‌ରେ ଆଲେକ୍ସଜାଣ୍ଡ୍ରେଙ୍କ ସହ ହୋଇଥିବା ସାକ୍ଷାତକୁ ସ୍ମରଣ କରିଥିଲେ, ଅପରେସନ୍‌ ଆଜାଲିଆ ଶେଷ ହେବାର କିଛି ବର୍ଷ ପରେ … ସେ, ଆଲେକ୍ସଜାଣ୍ଡ୍ରେ ଆସି ମୋ ପିଠିକୁ ଥାପୁଡ଼ାଇ ଦେଇଥିଲେ। ତାଙ୍କୁ ଦେଖି ମୁଁ ଖୁସି ଏବଂ ଲଜ୍ଜିତ ମଧ୍ୟ ହେଲି … ସେ ମୋ କାନରେ ଫୁସ୍‌ଫୁସ୍‌୍‌ କରି କହିଲେ, ‘ଆମେ ଡିସେମ୍ବର ୨୦୦୧କୁ ରୋକି ପାରିଥା’ନ୍ତେ ଏବଂ ଚାଲିଗଲେ। ସେ କହିଥିଲେ ଯେ ଯଦି ମୁଁ ସେଗୁଡିକ ଚଳାଇଥା’ନ୍ତି, ତେବେ ଆମେ ଡିସେମ୍ବର ୨୦୦୧ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ରୋକି ପାରିଥା’ନ୍ତି ବୋଲି ଖୁରାନା ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର