ଭୁବନେଶ୍ୱର : ଏମଜିଏମ୍ ଫାଉଣ୍ଡେସନ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍) ପକ୍ଷରୁ ପ୍ରସ୍ତୁତ "କଂସା : ପରମ୍ପରା ଗଠନ, ଭବିଷ୍ୟତ ରୂପରେଖ " ନାମକ ଏକ ଗବେଷଣାତ୍ମକ ପୁସ୍ତକ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ପୁସ୍ତକରେ ଓଡ଼ିଶାର ସମୃଦ୍ଧ କଂସା ଶିଳ୍ପ ଐତିହ୍ୟ ସଂପର୍କରେ ଗବେଷଣାତ୍ମକ ବର୍ଣ୍ଣନା ରହିଛି । ଏହି ପୁସ୍ତକ, ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ ) ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫ ଦ୍ୱାରା ପରିଚାଳିତ ଗଭୀର ଗବେଷଣାକୁ ପ୍ରତିପାଦିତ କରିଛି । ଏହି ଅବସରରେ ଏମଜିଏମର ପରିଚାଳନା ନିର୍ଦ୍ଦଶକ ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ଥିଲେ ।
ଇଂରାଜୀ ଓ ଓଡ଼ିଆ ଉଭୟ ଭାଷାରେ ଉପଲବ୍ଧ ଏହି ପୁସ୍ତକରେ ଓଡ଼ିଶାର ୧୮ଟି ଗ୍ରାମର କଂସା (କାଉଁଡ଼ି ଧାତୁ) ଶିଳ୍ପର ଜୀବନ୍ତ ପରମ୍ପରାକୁ ବର୍ଣ୍ଣନା କରୁଛି, ଯାହା ଗବେଷକ ଓ ଫେଲୋମାନଙ୍କ ଏକ ଉତ୍ସର୍ଗୀକୃତ ଦଳ ଦ୍ୱାରା ପାଞ୍ଚ ମାସର ବ୍ୟାପକ କ୍ଷେତ୍ର କାର୍ଯ୍ୟ ଉପରେ ଆଧାରିତ ।