ରାଜସ୍ଥାନରେ ଆଇଏଏସ୍‌ ଅଫିସର ପଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ

ଜୟପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ପଢ଼ିବେ ସରକାରୀ ବାବୁ। ବୁଧବାର ଦିନ ରାଜସ୍ଥାନର ଜଣେ ବରିଷ୍ଠ ଅଧିକାରୀ ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦେଇଥିବା ଭାଷଣକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ପୁସ୍ତକକୁ ରାଜସ୍ଥାନର ଆଇଏଏସ୍‌ ଅଫିସରଙ୍କ ମଧ୍ୟରେ ବାଣ୍ଟାଯିବ ବୋଲି ଜଣାପଡ଼ିଛି । ଏହାକୁ ପଢ଼ିବା ଦ୍ୱାରା ଅଧିକାରୀମାନେ ସୁଶାସନ ତଥା ଅନେକ ଜରୁରି ଜିନିଷ ବିଷୟରେ ଜ୍ଞାନ ପାଇ ପାରିବେ ବୋଲି କୁହାଯାଇଛି । ବହିଟିର ନାମ ‘ଚିନ୍ତନ୍‌ ଶିଭର’ ରହିଥିବା ବେଳେ ଏହାକୁ ଗୁଜୁରାଟ ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ପଠାଯାଇଛି ।

The Statesman

ରାଜ୍ୟ ସରକାର ଏବଂ ରାଜ୍ୟ କର୍ମଚାରୀ ବିଭାଗର ମୁଖ୍ୟ ଭାସ୍କର ଏ ସାଓ୍ଵାନ୍ତଙ୍କ ସାଧାରଣ ମଞ୍ଜୁରୀ ପରେ ରାଜ୍ୟର ସମସ୍ତ ଆଇଏସ୍‌ ଅଧିକାରୀଙ୍କୁ ଏହି ପୁସ୍ତକ ବଣ୍ଟନ କରାଯିବ ବୋଲି ଅଧିକାରୀ କହିଛନ୍ତି । ଏହି ବହିକୁ ଅଧିକାରୀଙ୍କ ମଧ୍ୟରେ ବାଣ୍ଟିବା ଅନୁମତି ପାଇଁ ଆବେଦନ କରାଯାଇଛି। ବହିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ ରୁ୨୦୧୪ ମସିହା ମଧ୍ୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦିଆଯାଇଥିବା ଭାଷଣ ଉପରେ ଆଧାରିତ । ବହିଟିରେ ସୁଶାସନ, ନିର୍ଣ୍ଣୟ ନେବା, ସମୟର ସଦୁପଯୋଗ ଆଦି ବିଷୟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର