ଏହି ୫ଟି କାରଣରୁ ତତ୍କାଳ ଟିକଟ ବାତିଲ କରି ପାଆନ୍ତୁ ୧୦୦ ପ୍ରତିଶତ ଫେରସ୍ତ

ନୂଆଦିଲ୍ଲୀ: ତତ୍କାଳ ଟିକଟ ଜରିଆରେ ସିଟ୍‌ ସୁନିଶ୍ଚିତ କରିବା ସହଜ ହୋଇଥାଏ କିନ୍ତୁ ବେଳେ ବେଳେ ଯାତ୍ରା ବାତିଲ କରିବାକୁ ପଡ଼ିଥାଏ। ସୁନିଶ୍ଚିତ ଟିକଟ ବାତିଲ କରିବା ପରେ ଟଙ୍କା ଫେରସ୍ତ ମିଳି ନ ଥାଏ।

କିନ୍ତୁ କିଛି କାରଣ ଯୋଗୁଁ ରେଳବାଇ ସୁନିଶ୍ଚିତ ତତ୍କାଳ ଟିକଟ ବାତିଲ କରିବା ସ୍ଥିତିରେ ୨୫-୫୦ ପ୍ରତିଶତ ନୁହେଁ, ବରଂ ପୂରା ଟିକଟ ମୂଲ୍ୟ ଫେରାଇବାକୁ ନିଷ୍ପତ୍ତି ନେଇଛି। କାଉଣ୍ଟର ଅଥବା ଇ-ଟିିକଟ ଦ୍ୱାରା କିଣାଯାଇଥିବା ଟିକଟ ବାତିଲ କଲେ ଏହି ଟଙ୍କା ମିଳିବ। ହେଲେ ଏଥି ପାଇଁ ୫ଟି ସର୍ତ୍ତ ରହିଛି।

ପ୍ରଥମ: ଯେଉଁ ଟ୍ରେନ୍‌ରେ ଆପଣଙ୍କୁ ଯାତ୍ରା କରିବାର ଅଛି, ଯଦି ବୁକିଂଙ୍ଗର ଆରମ୍ଭ ଷ୍ଟେସନରେ ୩ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ପହଞ୍ଚି ଥାଏ, ତା’ହେଲେ ଶତ ପ୍ରତିଶତ ଟଙ୍କା ଫେରସ୍ତ ହୋଇପାରିବ।

ଦ୍ୱିତୀୟ: ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଆପଣଙ୍କ ଟଙ୍କା ପୂରା ମିଳିଯିବ। ରୁଟ୍‌ ଡାଇଭର୍ଟ କରାଯିବା ପରେ ଯଦି ଆପଣ ନୂଆ ରୁଟ୍‌ରେ ଯିବାକୁ ପସନ୍ଦ ନ କରନ୍ତି, ତା’ ହେଲେ ଟିକଟ ବାତିଲ କରିବେ।

ତୃତୀୟ: ଯଦି ଟ୍ରେନ୍‌ର ରୁଟ୍‌ ଡାଇଭର୍ଟ କରି ଦିଆଯାଏ ଓ ଆପଣ ଯିବାକୁ ଥିବା ଷ୍ଟେସନକୁ ଟ୍ରେନ ଯାଉ ନାହିଁ, ତା’ହେଲେ ଟିକଟର ୧୦୦ ପ୍ରତିଶତ ରାଶି ମିଳିଯିବ।

ଚତୁର୍ଥ: ଆପଣ ଯେଉଁ ଶ୍ରେଣୀରେ ଯାତ୍ରା ପାଇଁ ଟିକଟ ବୁକିଂ କରିଥିଲେ, ଆପଣଙ୍କୁ ଏଭଳି ସୁବିଧା ଦିଆଯାଇ ନାହିଁ, ତା’ ହେଲେ ମଧ୍ୟ ବୁକିଂଙ୍ଗ ରାଶି ପାଇ ପାରିବେ।

ପଞ୍ଚମ: ଯଦି ଆପଣଙ୍କୁ ତତ୍କାଳ କିଣିଥିବା ଟିକଟ କୋଚକୁ ଟ୍ରେନରେ ଯୋଡ଼ାଯାଇ ନାହିଁ ଅଥବା ବୁକିଂଙ୍ଗ ଅନୁସାରେ ସୁବିଧା ମିଳି ନାହିଁ, ତା’ ହେଲେ ମଧ୍ୟ ପୁରା ରାଶି ଫେରସ୍ତ ପାଇ ପାରିବେ।

ସମ୍ବନ୍ଧିତ ଖବର