ନୂଆଦିଲ୍ଲୀ: ହାସ୍ୟ କଳାକାର କୁନାଲ କାମ୍ରାଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ଅନ୍ଲାଇନ ଟିକେଟିଂ ପ୍ଲାଟଫର୍ମ ‘ବୁକ୍ମାଇଁସୋ’ ଶନିବାର ଏହି ହାସ୍ୟ କଳାକାରଙ୍କ ସମସ୍ତ ‘କାର୍ଯ୍ୟକ୍ରମ ଭିଡିଓ’କୁ ୱେବସାଇଟ୍ରୁ ହଟାଇ ଦେଇଛି ଏବଂ କାମ୍ରାଙ୍କୁ ମଧ୍ୟ ୱେବସାଇଟ୍ର କଳାକାର ତାଲିକାରୁ ବାଦ୍ ଦେଇଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାର ହେବାପରେ କାମ୍ରା ‘ବୁକ୍ମାଇଁସୋ’କୁ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। କାମ୍ରା କହିଛନ୍ତି, ‘ବୁକ୍ମାଇଁସୋ’ରେ ମୋ କାର୍ଯ୍ୟକ୍ରମ ରହିପାରିବ କି ନାହିଁ ସ୍ପଷ୍ଟ କରନ୍ତୁ। ଯଦି ନୁହେଁ , ତେବେ ତାହାକୁ ମୁଁ ଗ୍ରହଣ କରିବି।
ଲ୍ଲେଖଯୋଗ୍ୟ, ଗତକାଲି ଶିବସେନା (ସିନ୍ଦେ ଗୋଷ୍ଠୀ) ଯୁବନେତା ରାହୁଲ ଏନ୍ କାନଲ ‘ବୁକ୍ମାଇଁସୋ’ରେ ଏକ ପୋଷ୍ଟ୍ କରି କାମ୍ରାଙ୍କୁ ମଞ୍ଚ ନଦେବାପାଇଁ ଅନୁରୋଧ କରିବାପରେ ଏହି ସଂସ୍ଥା ଆଜି କାମ୍ରାଙ୍କ ସବୁ କଣ୍ଟେଣ୍ଟକୁ ୱେବସାଇଟ୍ରୁ ହଟାଇ ଦେଇଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ କାମ୍ରା ବିବାଦୀୟ ଟିପ୍ପଣୀ ଦେବାପରେ ତାଙ୍କ ବିରୋଧରେ ଅସନ୍ତୋଷ ବଢ଼ିଛି। ଉଲ୍ଳେଖଯୋଗ୍ୟ, କାମ୍ରା ଏକନାଥ ସିନ୍ଦେଙ୍କ ବିରୋଧରେ ‘ଗଦ୍ଦାର’ ଟିପ୍ପଣୀ ଦେଇଥିଲେ। ଏଥିପାଇଁ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଛି ଏବଂ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି। ବିବାଦ ହେବାପରେ ତାମିଲନାଡ଼ୁ ବାସିନ୍ଦା କାମ୍ରା ପ୍ରାୟ ୫୦୦ ଧମକ ପାଇ ତାଙ୍କ ଗୃହ ରାଜ୍ୟକୁ ଫେରି ଆସିଥିଲେ।