କିଭ: ୟୁକ୍ରେନ-ଋଷ ଯୁଦ୍ଧକୁ ବର୍ଷେ ବିତିଗଲାଣି | ଆଉ ଏହି ଏକ ବର୍ଷ ମଧ୍ୟରେ ନା ଋଷ ୟୁକ୍ରେନ ଉପରେ ଆକ୍ରମଣ କମ କରିଛି ନା ୟୁକ୍ରେନ ହାର ମାନିଛି | ତେବେ ବର୍ତ୍ତମାନ ମିଳିଥିବା ତାଜା ରିପୋର୍ଟ ମୁତାବକ ଆକ୍ରମଣକୁ ଆହୁରି ଜୋରଦାର କରିବା ପାଇଁ ଋଷ ଏବେ ଏହାର ଏକ ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରିବାକୁ ଯାଉଛି। ଏହି ଡ୍ରୋନର ନାମ 'ବୁମେରାଙ୍ଗ ଡ୍ରୋନ' ହୋଇଥିବାବେଳେ ନିକଟରେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଏହାକୁ କିଭଳି ବ୍ୟବହାର କରାଯାଏ | ତେବେ ମନ୍ତ୍ରଣାଳୟ ଏହି ଡ୍ରୋନ ବାବଦରେ ସେଭଳି କିଛି ଖୁଲାସା କରିନଥିଲା | କିନ୍ତୁ ଯୁଦ୍ଧ ବିଶେଷଜ୍ଞଙ୍କ କହିବା କଥା ଯେ ଏହି ନୂତନ ବୁମେରାଙ୍ଗ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ |
BREAKING- #Russia using “Boomerang” FPV Kamikaze Drones (VR Operated) in Combat.
Russia claims that the #Boomerang has no #satellite connection hence Anti-#Drone Gun is powerless against it & the Drone can chase a moving target at speeds of up to 170 km/h. #VR #UAV #Ukraine pic.twitter.com/f3sTACtP0N
— EurAsian Times (@THEEURASIATIMES) March 1, 2023
ଅର୍ଥାତ ଏହି ଡ୍ରୋନ୍ ଚଳାଇବା ପାଇଁ ଦୁଇ ଜଣ ସୈନିକ ନିୟୋଜିତ ହୋଇଥାନ୍ତି | ଏହି ଡ୍ରୋନ୍ ଚଳାଇବା ପାଇଁ ଜଣେ ଅପରେଟର ଏବଂ ଆସିଷ୍ଟାଣ୍ଟ ଦ୍ୱାରା ପରିଚାଳିତ ହୋଇଥାଏ | ଏହି ଡ୍ରୋନ ଟାର୍ଗେଟକୁ ଖୋଜିବା ସହ ମାରିବା ପାଇଁ ଅପରେଟର ଏକ ଭିଆର ହେଡସେଟ୍ ବ୍ୟବହାର କରିଥାନ୍ତି | ଆସିଷ୍ଟାଣ୍ଟ ଅପରେଟର ଡ୍ରୋନ୍ ଲଞ୍ଚ କରିଥାଏ ଏବଂ ଅପରେଟର ଏହାର ଉଡ଼ାଣ ଦିଗକୁ ଟ୍ରାକ୍ କରିଥାଏ | ଏଥିରେ ଚାରୋଟି ରୋଟର୍, ଚାରୋଟି ଛୋଟ ଇଞ୍ଜିନ୍ ଏବଂ ଏକ ବଡ଼ ଷ୍ଟୋରେଜ୍ ବ୍ୟାଟେରୀ ଅଛି | ଏହି ଡ୍ରୋନ ଘଣ୍ଟା ପ୍ରତି ୧୭ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏବଂ ଉଡ଼ାଣ ସମୟରେ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ | ଏଥିରେ ବିସ୍ଫୋରକ ଥିବା ଏକ ସ୍ୱତନ୍ତ୍ର କଣ୍ଟେନର ଅଛି | ବଡ଼କଥା ଯେ ଏହି ଡ୍ରୋନର କୌଣସି ସାଟେଲାଇଟ ସଂଯୋଗ ନଥିବାରୁ ଆଣ୍ଟି-ଡ୍ରୋନ ମିସାଇଲ ଏହାକୁ ଲକ୍ଷ୍ୟଭେଦ କରିପାରିବ ନାହିଁ |