ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାଡ଼ୁଥିବା ବେଳେ ସରକାର ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକମାନଙ୍କୁ ବୁଷ୍ଟର ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ଏହି ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଦ୍ବିତୀୟ ଡୋଜ୍ ନେବାର ୯ ମାସ ବା ୩୯ ସପ୍ତାହ ପରେ ତୃତୀୟ ଡୋଜ୍ ନେଇହେବ। ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଭାବେ କୋଭାକ୍ସିନ ନେଇଥିଲେ ତୃତୀୟ ଡୋଜ୍ ଭାବେ ସେହି କୋଭାକ୍ସିନ ହିଁ ନେବେ ଏବଂ ଯେଉଁମାନେ କୋଭିସିଲ୍ଡ ନେଇଥିଲେ ସେମାନେ ସେହି କୋଭିସିଲ୍ଡ ହିଁ ନେବେ। ତେବେ ସବୁ ବରିଷ୍ଠ ନାଗରିକ ନୁହନ୍ତି, ଏକ ବା ଏକାଧିକ ଜଟିଳ ରୋଗ ଥିବା ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ହିଁ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ସେହି ଜଟିଳ ରୋଗଗୁଡ଼ିକ ଭିତରେ ରହିଛି, ହୃ୍ଦ୍ରୋଗ, ଡାଇବେଟିସ୍, କିଡ୍ନୀ ସମସ୍ୟା, ଯକୃତ ସିରୋସିସ୍, କ୍ୟାନ୍ସର, ରକ୍ତଶିକୁଳି ଆଦି ରୋଗ। ଏହିସବୁ ସ୍ବାସ୍ଥ୍ୟ ସମସ୍ୟା ଥିବା ବରିଷ୍ଠ ନାଗରିକ ନିଜର ବର୍ତ୍ତମାନର କୋ-ୱିନ୍ ଆକାଉଣ୍ଟ ବ୍ୟବହାର କରି ନାମ ପଞ୍ଜୀକରଣ କରିପାରିବେ।
ଆଜିଠାରୁ ବୁଷ୍ଟର ଡୋଜ୍: ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସୁଯୋଗ
/sambad/media/post_attachments/wp-content/uploads/2021/12/booster-dose-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)