ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବିରୋଧରେ ଦିଆଯାଉଥିବା ଟିକାର ତୃତୀୟ ଡୋଜ ପାଇଁ ପ୍ରସ୍ତୁତି ଚାଲିଛି । ଏହି ତୃତୀୟ ଡୋଜକୁ ବୁଷ୍ଟର ଡୋଜ କୁହାଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କ ଏକ ଟିମ୍ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ଡୋଜକୁ ଅନୁମତି ଦେଇଛି । ଏହି ବୁଷ୍ଟର ଡୋଜ ଦ୍ୱିତୀୟ ଡୋଜ ନେବାର ୬ ମାସ ପରେ ଦିଆଯିବ । ଏହି ବୁଷ୍ଟର ଡୋଜ କରୋନାର ନୂଆ ଷ୍ଟ୍ରେନକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଇଛି ।
ବିଶେଷଜ୍ଞ ଟିମ୍ କହିଛନ୍ତି କି ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ବୁଷ୍ଟର ଡୋଜକୁ ପ୍ରଥମେ ସ୍ୱେଚ୍ଛାସେବୀମାନଙ୍କୁ ଦେଉ (ଯେଉଁମାନେ କି ପ୍ରଥମେ କ୍ଲିନିକାଲ ଟ୍ରାଏଲରେ ଭାଗ ନେଇଥିଲେ) । ଭାରତ ବାୟୋଟେକ୍ ସରକାର ପାଖରେ ପ୍ରସ୍ତାବ ରଖିଥିଲା କି, ଏହି ତୃତୀୟ ଡୋଜ ଟିକା ନେବା ପରେ ମଣିଷ ଶରୀରରେ କିଛିବର୍ଷ ପାଇଁ ରୋଗପ୍ରତିରୋଧକ ଶକ୍ତି ବଢିବ । ଏହାପରେ ବିଶେଷଜ୍ଞ ଟିମ୍ ଏହି ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।