ପୂର୍ବରୁ ଯେଉଁ କମ୍ପାନିର କରୋନା ଟିକା ନେଇଥିଲେ, ସେହି କମ୍ପାନିର ବୁଷ୍ଟର ଡୋଜ ନେବେ ଲୋକେ: ଭିକେ ପଲ୍

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ‌ଏବେ ପୁଣି କରୋନାର ନୂଆ ଭାରିଆଣ୍ଟ ଆସିଥିବା ଖବର ମିଳିଲାଣି। ଏ ପରିସ୍ଥିତିରେ ଲୋକଙ୍କୁ ନୂଆ ଭାରିଆଣ୍ଟ ସହ ଲଢ଼ିବାରେ ସକ୍ଷମ କରିବାକୁ ଭାରତ ସରକାର ବୁଷ୍ଟର ଡୋଜ ଦେବାକୁ ଯୋଜନା ଆରମ୍ଭ କରିଛନ୍ତି। ତେବେ ପୂର୍ବରୁ ଯେଉଁ କମ୍ପାନିର କରୋନା ଟିକା ‌ଲୋକେ ନେଇଥିବେ ସେହି କମ୍ପାନିର ବୁଷ୍ଟର ଡୋଜ ଲୋକେ ନେବେ‌ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ ପଲ୍।

healthline

ତାଙ୍କ କହିବା ମୁତାବକ, ଯଦି କେହି ଭାରତ ବାୟୋଟେକର କୋଭାକ୍ସିନ ଟିକା ନେଇଥିବ ତେବେ ସେମାନଙ୍କୁ କୋଭାକ୍ସିନର ବୁଷ୍ଟର ଡୋଜ ନେବାକୁ ହେବ। ସେହିଭଳି ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ନେଇଥିବା ଲୋକେ କେବଳ କୋଭିସିଲ୍ଡ ହିଁ ବୁଷ୍ଟର ଡୋଜ ନେଇପାରିବେ। କୋଭାକ୍ସିନ ନେଇଥିବା ଲୋକେ କୋଭିସିଲ୍ଡର ବୁଷ୍ଟର ଡୋଜ ନେଇପାରିବେ ନାହିଁ।

www.nytimes.com

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୬ରେ କୋଭିଡ୍‌-୧୯ ‘ବୁଷ୍ଟର୍‌ ଡୋଜ୍‌’ ବା ‘ପ୍ରିକସ୍‌ନାରି ଡୋଜ୍‌’ ଟିକାକୁ ଭାରତ ଅନୁମୋଦନ କରିଥିଲା। ଏହି ଟିକା ଜାନୁଆରି ୧୦ ତାରିଖରୁ ସ୍ବାସ୍ଥ୍ୟସେବା ଏବଂ ଆକ୍ରାନ୍ତମାନଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏବଂ ଅନ୍ୟାନ୍ୟ ରୋଗ ଥିବା ୬୦ ବଷର୍ବରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ।

କିନ୍ତୁ, ‘ବୁଷ୍ଟର୍‌ ଡୋଜ୍‌’ ଭାବେ ସୁପରିଚିତ ‘ପ୍ରିକସ୍‌ନାରି ଡୋଜ୍‌’ ନେବା ଉପରୋକ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ। ଡାକ୍ତରଙ୍କ ସୁପାରିସକ୍ରମେ ସେମାନେ ‘ବୁଷ୍ଟର୍‌ ଡୋଜ୍‌’ ନେଇ ପାରିବେ।

ସମ୍ବନ୍ଧିତ ଖବର