ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ଶୁକ୍ରବାର (୦୫ ସେପ୍ଟେମ୍ବର, ୨୦୨୫) ଗୋରଖପୁରରେ କହିଛନ୍ତି ଯେ ଚୀନ୍ ସହିତ ଭାରତର ସୀମା ବିବାଦ ଦେଶ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏ। ଏହା ସହିତ ଭାରତ ବିରୁଦ୍ଧରେ ପାକିସ୍ତାନର କରିଚାଲିଥିବା ନିରନ୍ତର ଆକ୍ରମଣ ହେଉଛି ପରବର୍ତ୍ତୀ ବଡ଼ ସମସ୍ୟା। ପାକିସ୍ତାନର ଲକ୍ଷ୍ୟ ସର୍ବଦା ଭାରତକୁ ହଜାର କ୍ଷତ ଦେଇ ରକ୍ତାକ୍ତ କରିବା।
ସିଡିଏସଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ କି ଭାରତ ସହ ଚୀନର ସମ୍ପର୍କ ପୁଣି ସୁଧୁରିବା ଆରମ୍ଭ କରିଛି ଓ ଆମେରିକା ସହ ସଂପର୍କ ଦିନକୁ ଦିନ ଖରାପ ହୋଇଚାଲିଛି । ସିଡିଏସଙ୍କ ବୟାନ ସୂଚାଇ ଦେଉଛି ଯେ ଚୀନ ସମ୍ପର୍କ ସୁଧୁରିଥିଲେ ବି ସମସ୍ୟା ଏବେ ବିପୂର୍ବବତ୍ ରହିଛି ।
ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦେଶ ସମ୍ମୁଖରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ଅଳ୍ପ ସମୟ ପାଇଁ ରହନ୍ତି ନାହିଁ, ବରଂ ସେଗୁଡ଼ିକ ଅନେକ ରୂପରେ ଉପସ୍ଥିତ ଅଛନ୍ତି। ମୁଁ ବିଶ୍ୱାସ କରେ ଯେ ଚୀନ୍ ସହିତ ଭାରତର ବିବାଦ ସବୁଠାରୁ ବଡ଼ ଚ୍ୟାଲେଞ୍ଜ, ଯାହା ଭବିଷ୍ୟତରେ ମଧ୍ୟ ରହିବ। ଆଉ ଏକ ଚ୍ୟାଲେଞ୍ଜ ହେଉଛି ଯୁଦ୍ଧର ନିୟମ ବଦଳି ଯାଇଛି, ଏବେ ସାଇବର ଏବଂ ସ୍ପେସ୍ ମଧ୍ୟ ଏଥିରେ ସାମିଲ ହୋଇଛି।
ସିଡିଏସଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ କି ଭାରତ ସହ ଚୀନର ସମ୍ପର୍କ ପୁଣି ସୁଧୁରିବା ଆରମ୍ଭ କରିଛି ଓ ଆମେରିକା ସହ ସଂପର୍କ ଦିନକୁ ଦିନ ଖରାପ ହୋଇଚାଲିଛି । ସିଡିଏସଙ୍କ ବୟାନ ସୂଚାଇ ଦେଉଛି ଯେ ଚୀନ ସମ୍ପର୍କ ସୁଧୁରିଥିଲେ ବି ସମସ୍ୟା ଏବେ ବି ପୂର୍ବବତ୍ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/05/china-2025-09-05-19-35-54.jpg)