ଚଣ୍ଡିଗଡ଼: ପଞ୍ଜାବର ଫେରୋଜପୁର ଜିଲ୍ଲାର ଇଣ୍ଡୋ-ପାକ୍ ସୀମାରେ ଥିବା ଏକ କ୍ଷେତରୁ ସୀମା ସୁରକ୍ଷା ବାହିନୀ ଆଜି ତିନିଟି ଏକେ-୪୭ ଏବଂ ଦୁଇଟି ଏମ୍-୧୬ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।
ସର୍ଚ୍ଚ ଅପରେସନ ସମୟରେ ବିଏସଏଫ ସୈନିକମାନେ ଏକ ବ୍ୟାଗରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି, ଯାହା ସୀମା ନିକଟସ୍ଥ ଏକ କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଛି ବୋଲି ବିଏସଏଫ ଅଧିକାରୀ କହିଛନ୍ତି।
ଏକେ-୪୭ର ୬ଟି ମାଗାଜିନ୍ ଏବଂ ୯୧ ରାଉଣ୍ଡସ୍, ଏମ୍-୧୬ ରାଇଫଲର ୪ଟି ମାଗାଜିନ୍, ୫୭ ରାଉଣ୍ଡ୍ସ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।
ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଅନ୍ତର୍ଜାତୀୟ ସୀମା ନିକଟରେ ପଞ୍ଜାବର ଫେରୋଜପୁର ଜିଲ୍ଲାର ଆବୋହାର ଦେଇ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପଠାଯାଇଥିଲା। ଏ ନେଇ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/k48rlg28_bsf-finds-bag-with-arms-and-ammo-near-indopak-border-in-punjab_625x300_12_September_20.jpg)