ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ବୋରିସ୍ ଜନସନ ଭାରତର ପ୍ରଗତିକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଭାରତ ଆଜି ଦୁନିଆର ଫାର୍ମାସିରେ ପରିଣତ ହୋଇଛି ଏବଂ ମୋ ବାହୁରେ ଲାଗିଥିବା କରୋନା ଟିକା ମଧ୍ୟ ଏଠାରୁ ଆସିଛି। ଏହା ମୋତେ ସୁସ୍ଥ କରିଛି ଓ ମୁଁ ଭାରତକୁ ଧନ୍ୟବାଦ ଦେଉଛି | ବାସ୍ତବରେ, ଭାରତରେ ତିଆରି ହେଉଥିବା କୋଭିଶିଲ୍ଡ ଟିକା ବ୍ରିଟେନରେ ଆଷ୍ଟ୍ରାଜେନେକା ଟିକା ଭାବେ ନାମିତ ହୋଇଥିବାବେଳେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଛି | ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ଏହି ଟିକାର ଗବେଷଣା କରାଯାଇଥିବାରୁ ବ୍ରିଟେନରେ ଆଷ୍ଟ୍ରାଜେନେକା ଟିକା ଭାବେ ନାମିତ କରାଯାଇଛି।

Advertisment

ଏହି ଅବସରରେ ବୋରିସ୍ ଜନସନ କହିଛନ୍ତି ଯେ ମୋଦୀ ହେଉଛନ୍ତି ମୋର ଖାସ ଦୋସ୍ତ | ସେ କହିଛନ୍ତି ଯେ ଆଜିର ସମୟରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଏୟାରକ୍ରାଫ୍ଟ ଉତ୍ପାଦନରେ ଭାରତକୁ ସାହାଯ୍ୟ କରିବା ପାଇଁ ବ୍ରିଟେନ ପ୍ରସ୍ତାବ ଦେଇଛି | ଭାରତରେ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉପରେ ବୋରିସ୍ ଜନସନ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏଠାକୁ ଆସିବା ପରେ ମୋତେ ଲାଗିଲା ଯେମିତି ମୁଁ ସଚିନ୍ ତେନ୍ଦୁଲକର କିମ୍ବା ଅମିତାଭ ବଚ୍ଚନ। ସୂଚନା ଥାଉ କି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇଦିନିଆ ଭାରତ ଗସ୍ତରେ ଆସି ଗତକାଲି ଗୁଜରାଟରେ ପହଞ୍ଚିଥିଲେ |

ଏହା ପରେ ସାବରମତୀ ଆଶ୍ରମ ଯାଇ ସେଠାରେ ସେ ଚରଖାରେ ସୂତା କାଟିଥିଲେ | ଏଥିସହିତ ଗାନ୍ଧୀନଗର ଗିଫ୍ଟ ସିଟିସ୍ଥିତ ଗୁଜରାଟ ବାୟୋଟେକ୍ନୋଲୋଜି ୟୁନିଭର୍ସିଟି ହଲୋଲସ୍ଥିତ ଜେସିବି କାରଖାନା ଏବଂ ଗାନ୍ଧୀନଗରସ୍ଥିତ ଅକ୍ଷରଧାମ ମନ୍ଦିର ମଧ୍ୟ ଗସ୍ତ କରିଥିଲେ । ଆଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନିଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ସେ ଯାଇ ଆଦାନିଙ୍କ ସହ କଥା ହୋଇଥିଲେ | ଆଜି ସକାଳେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍‌ସନ୍‌ଙ୍କୁ ଭବ୍ୟ ସମ୍ବର୍ନ୍ଧନା ଦେଇ ସ୍ବାଗତ କରିଥିଲେ।