ମୋଦୀଙ୍କୁ କହିଲେ ବୋରିସ ଜନସନ, ପୁଟିନଙ୍କ ଶାସନ ବିଶ୍ବ ପାଇଁ ବିପଦ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଙ୍ଗଳବାର ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ସହ ୟୁକ୍ରେନ୍‌ର ଗମ୍ଭୀର ପରିସ୍ଥିତି ବିଷୟରେ କଥା ହୋଇଥିଲେ। ଏହି ଅବସରରେ ଉଭୟ ଏକମତ ହୋଇଥିଲେ ଯେ, ୟୁକ୍ରେନ୍‌ର ଅଖଣ୍ଡତା ଓ ସାର୍ବଭୌମତ୍ବକୁ ସମ୍ମାନ ଦିଆଯିବା ଉଚିତ। ଜନସନ କହିଥିଲେ ଯେ, ଭ୍ଲାଦିମିର ପୁଟିନଙ୍କ କାର୍ଯ୍ୟାନୁଷ୍ଠାନ ବିଶ୍ବ ପାଇଁ ଅତ୍ୟନ୍ତ ଚିନ୍ତାଜନକ ଓ ବିପର୍ଯ୍ୟୟ ସୃଷ୍ଟିକାରୀ। ଉଭୟ ପ୍ରଧାନମନ୍ତ୍ରୀ ଏ କଥାରେ ସହମତ ହୋଇଥିଲେ ଯେ, ରୁଷିଆ ଜାତିସଂଘ ଚାର୍ଟର ପ୍ରତି ନିଷ୍ଠା ରଖିବା ଏବଂ ଅନ୍ତର୍ଜାତୀୟ ଆଇନକୁ ମାନିବା ଉଚିତ। ବିଶ୍ବର ଶାନ୍ତି ଓ ବିକାଶ ପାଇଁ ଏହା ଏକମାତ୍ର ବାଟ। ବାଣିଜ୍ୟ, ସୁରକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ଭାରତ ଓ ଇଂଲାଣ୍ଡ ମଧ୍ୟରେ ରହିଥିବା ସୁସମ୍ପର୍କକୁ ଦୁଇ ନେତା ସ୍ବାଗତ କରିଥିଲେ ଏବଂ ଏହା ଆଗକୁ ବି ବଳବତ୍ତର ରହିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର