ବୋରିସ୍‌ ଜନ୍‌ସନ୍‌ଙ୍କ ଭାରତ ଗସ୍ତ ସମ୍ଭବ ହୋଇ ନ ପାରେ: ବରିଷ୍ଠ ବ୍ରିଟିସ୍‌ ଡାକ୍ତର

ନୂଆଦିଲ୍ଲୀ: ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ନିମନ୍ତେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଭାରତ ଗସ୍ତ ସମ୍ଭବପର ହୋଇ ନ ପାରେ। ଇଂଲଣ୍ଡ୍‌ରେ ଗୁଣସୂତ୍ର ବିବର୍ତ୍ତିତ ନୂଆ କରୋନାଭାଇରସ୍‌ର ଦ୍ରୁତ ବିସ୍ତାର ଚିନ୍ତା ଉଦ୍ରେକକାରୀ ହୋଇଥିବାରୁ ଜନ୍‌ସନ୍‌ ଭାରତକୁ ଯାଇ ନ ପାରନ୍ତି ବୋଲି ମଙ୍ଗଳବାର ଦିନ ‘ଚେୟାର୍‌ ଅଫ୍‌ ଦି କାଉନ୍‌ସିଲ୍‌ ଅଫ୍‌ ବ୍ରିଟିସ୍‌ ମେଡିକାଲ୍‌ ଆସୋସିଏସନ୍‌’ର ମୁଖ୍ୟ ଡାକ୍ତର ଚାନ୍ଦ ନାଗପଲ୍‌ କହିଛନ୍ତି।

Image Courtesy of Deccan Herald

ଜନ୍‌ସନ୍‌ଙ୍କ ଗସ୍ତ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ଏବେ ବ୍ରିଟିସ୍‌ ସରକାରଙ୍କ ପକ୍ଷେ ସ୍ଥିର କରିବାର ସମୟ ଆସିନାହିଁ। କିନ୍ତୁ, ଯଦି ଭୂତାଣୁ ସଂକ୍ରମଣ ଓ ବିସ୍ତାର ହାର ଏହିଭଳି ଲାଗି ରହେ, ତେବେ ବୋରିସ୍‌ଙ୍କ ଗସ୍ତ ସମ୍ଭବପର ହୋଇ ନ ପାରେ ବୋଲି ଡାକ୍ତର ନାଗପଲ୍‌ କହିଛନ୍ତି।

କିନ୍ତୁ, ଲଣ୍ଡନ୍‌ ଏବଂ ଇଂଲଣ୍ଡ୍‌ର ଅନ୍ୟ ଅଞ୍ଚଳରେ ଲକ୍‌ଡାଉନ୍‌ଦ୍ୱାରା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ କରାଯାଇ ପାରିଲେ ସେ ଭାରତ ଗସ୍ତ କରି ପାରନ୍ତି।

ଗୁଣସୂତ୍ରରେ ଅନ୍ୟୂନ ୧୭ଟି ରୂପାନ୍ତର ଘଟିଥିବା ଏହି ବିବର୍ତ୍ତିତ ଭୂତାଣୁ ସେପ୍ଟେମ୍ବର ମାସରେ ଇଂଲଣ୍ଡ୍‌ର ଦକ୍ଷିଣପୂର୍ବାଞ୍ଚଳରେ ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧିତ ଖବର