ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି ୟୁନିଟରେ ସବୁକିଛି ଠିକ୍ ଚାଲିନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ୧୦ଟି ବିଧାନସଭା ଆସନରେ ହେବାକୁଥିବା ଉପନିର୍ବାଚନ ପାଇଁ ୩୦ ଜଣ ମନ୍ତ୍ରୀଙ୍କ ଏକ ଟିମ୍ ଗଠନ କରିଛନ୍ତି ଯେଉଁଥିରେ ରାଜ୍ୟର ଉଭୟ ଉପମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ।

Advertisment

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କୁ ସିଏମ୍ ଯୋଗୀଙ୍କ ଏହି ଦଳରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ୟୁପିର ୧୦ଟି ଆସନରେ ହେବାକୁ ଥିବା ଉପନିର୍ବାଚନର ଦାୟିତ୍ୱ ସିଏମ୍ ଯୋଗୀଙ୍କ ସ୍ପେଶାଲ୍ ୩୦କୁ ଦିଆଯାଇଛି । ତାଙ୍କ ସ୍ପେଶାଲ୍ ୩୦ ମାଧ୍ୟମରେ ୟୁପିରେ ଉପନିର୍ବାଚନରେ ​​ଜିତିବା ପାଇଁ ସିଏମ୍ ରଣନୀତି ପ୍ରସ୍ତୁତ କରିବ।

୧୬ ଜଣ ମନ୍ତ୍ରୀଙ୍କୁ ୧୦ ବିଧାନସଭା ଆସନର ଦାୟିତ୍ବ:-
କରହଲ ବିଧାନସଭା - ଜୟବୀର ସିଂ , ଯୋଗେନ୍ଦ୍ର ଉପାଧ୍ୟାୟ ଏବଂ ଅଜିତ ପାଲ ସିଂ
ମିଲ୍କିପୁର ବିଧାନସଭା - ସୂର୍ଯ୍ୟ ପ୍ରତାପ ଶାହି,ମାୟଙ୍କେଶ୍ୱର ଶରଣ ସିଂ, ଗିରିଶ ଯାଦବ ଏବଂ ସତୀଶ ଶର୍ମା
କଟେହରି ବିଧାନସଭା - ସ୍ବତନ୍ତ୍ର ଦେବ ସିଂ, ଆଶିଷ ପଟେଲ ଏବଂ ଦିନଶଙ୍କର ମିଶ୍ର
ସିସାମାଉ ବିଧାନସଭା - ସୁରେଶ ଖାନ୍ନା ଏବଂ ନିତିନ ଅଗ୍ରୱାଲ
ଫୁଲପୁର ବିଧାନସଭା - ଦିନଶଙ୍କର ସିଂ ଏବଂ ରାକେଶ ସଚ୍ଚନ
ମଝାୱାଂ ବିଧାନସଭା - ଅନିଲ ରାଜଭାର ଆଶିଷ ପଟେଲ ରବିନ୍ଦ୍ର ଜୟସ୍ବାଲ, ରାମକେଶ ନିଶାଦ
ଗାଜିଆବାଦ ସଦର ବିଧାନସଭା-ସୁନୀଲ ଶର୍ମା ଦେବରାଜ କୁମାର ଏବଂ ସୋମନ୍ଦ୍ର ତୋମର ଏବଂ କେପିଏସ୍ ମଲିକ୍
ଖୈର ବିଧାନସଭା- ଲକ୍ଷ୍ମୀ ନାରାୟଣ ଚୌଧୁରୀ ଏବଂ ସନ୍ଦୀପ ସିଂ
କୁଦସ୍କି ବିଧାନସଭା- ଧରମପାଲ ସିଂ ଏବଂ ଜେପିଏସ୍ ରାଠୋର, ଜସୱନ୍ତ ସୈନି ଏବଂ ଗୁଲାବ ଦେବୀ

ମଙ୍ଗଳବାର ଦିନ ଭାରତୀୟ ଜନତା ଦଳର ରାଜ୍ୟ ସଭାପତି ଏବଂ ବୁଧବାର ଦିନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ। ଏହି ସମୟରେ ରାଜ୍ୟରେ ସଂଗଠନ ବିଷୟରେ ସୂଚନା ଦିଆଯାଇଥିଲା। କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଟୁଇଟ୍ କରି କହିଥି‌ଲେ ଯେ କର୍ମୀଙ୍କ ଯନ୍ତ୍ରଣା ହେଉଛି ମୋର ଯନ୍ତ୍ରଣା। ସେପଟେ ସିଏମ ଯୋଗୀ ବୁଧବାର ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଥିଲେ। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ୍ କରି ବିଜେପିରେ ଚାଲିଥିବା ଉତ୍ତେଜନାକୁ କଟାକ୍ଷ କରିଛନ୍ତି।